Home ଅପରାଧ ୱାର୍ଡସଭ୍ୟା ୨ ଘଣ୍ଟା ପାଇଁ ଅପହରଣ, ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ।

ୱାର୍ଡସଭ୍ୟା ୨ ଘଣ୍ଟା ପାଇଁ ଅପହରଣ, ନାଏବ ସରପଞ୍ଚ ନିର୍ବାଚନ ସ୍ଥଗିତ ।

86

ନବରଙ୍ଗପୁର , ୧୨/୦୩/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ରେ ଆଜି ନାଏବ ସରପଞ୍ଚ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ନିର୍ବାଚିତ ୱାର୍ଡ ମେମ୍ବର ମଧ୍ୟରୁ ଜଣକୁ 2ଘଣ୍ଟା ପାଇଁ ଅପହରଣ କରିନେଲେ କିଛି ବିରୋଧୀ ଗୋଷ୍ଠୀ l ଯାହାକୁ ନେଇ ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ତେନ୍ତୁଳୀଖୁଣ୍ଟି ବିଡ଼ିଓ ନାଏବ ସରପଞ୍ଚ ନିର୍ବାଚନ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ – ତେନ୍ତୁଳୀଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବର ଙ୍କ ଭଳି ୩ ନମ୍ବର ୱାର୍ଡ ର ୱାର୍ଡ ମେମ୍ବର “ଭାଗ୍ୟ ସେମିଳି” ନିଜର ଏକ ମାସର ଛୁଆକୁ ଧରି ନିଜ ସ୍ଵାମି ଚୈତନ୍ୟ ସେମଳି ଙ୍କ ସହ ମତଦାନ ପାଇଁ ପଞ୍ଚାୟତ ଅଭିମୁଖେ ଯାଉଥିଲେ l ଏହି ସମୟରେ ଭାଗ୍ୟ ଙ୍କୁ ମତଦାନ ରୁ ବିରତ ରଖିବା ପାଇଁ କିଛି ବିରୋଧୀ ଗୋଷ୍ଠୀ ର ବ୍ୟକ୍ତିମାନେ ସେଠାରେ ପହଞ୍ଚି ନିର୍ବାଚିତ ୱାର୍ଡ ମେମ୍ବର ଭାଗ୍ୟ ସେମିଳି ଙ୍କୁ ହାତ କୁ ଟାଣି ଅପହରଣ ପାଇଁ ଚେଷ୍ଟା କରିବା ସମୟରେ ତାଙ୍କ ସ୍ୱାମୀ ବାଧାଦେବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ତାଙ୍କ ସ୍ତ୍ରୀ ଙ୍କୁ ଅପହରଣ କରିଥିବା ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ ଚୈତନ୍ୟ ସେମିଳି l

ଏହି ଟଣାଓଟୋରା ଭିତରେ ଏକମାସ ର ଶିଶୁ ତାଙ୍କ ବାପାଙ୍କ ପାଖରେ ରହିଯାଇଥିବା ବେଳେ ମା ଙ୍କୁ ଅପହରଣ କରିନେଇଥିଲେ ଦୁର୍ବୁତ୍ତ । ଏହି ଘଟଣା ପରେ ଚୈତନ୍ୟ ତାଙ୍କ ଛୋଟ ଛୁଆ ଏବଂ ଗ୍ରାମବାସୀ ଙ୍କୁ ଧରି ଖାତିଗୁଡା ଥାନା ର ଦ୍ଵାରସ୍ଥ ହୋଇଥଲେ । ଗ୍ରାମବାସୀ ଙ୍କ କହିବା ପ୍ରକାରେ ମଞ୍ଚାଗାଁ ପଂଚାୟତ ୧୮ ୱାର୍ଡ ମଧ୍ୟରୁ ଗୋଟିଏ ରେ ୱାର୍ଡ ମେମ୍ବର କେହି ନଥିବା ବେଳେ ନାଏବ ସରପଞ୍ଚ ପାଇଁ ଦୁଇଜଣ ଦାବିଦାର ଥିଲେ ।

ନିର୍ବାଚନ ଭଣ୍ଡୁର କରିବା ପାଇଁ ଏହା ଏକ ଯୋଜନା ବୋଲି କୁହାଯାଉଛି । ହାରିବା ଭୟରେ ଭାଗ୍ୟ ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ଵାମୀ । ତାଙ୍କୁ ମତଦାନ ରୁ ବିରତ ରଖିବା ପାଇଁ ଏକ ମାସ ର ଶିଶୁ କୁ ତା ମା ଠାରୁ ଅଲଗା କରିଦିଆ ଯିବା କୁ ନେଇ ଅସନ୍ତୋଷ ଦେଖାଦେଇଛି ।

ଅପହରଣ ର ପ୍ରାୟ ୨ ଘଣ୍ଟା ପରେ ମହିଳା ଙ୍କୁ ଛାଡିଲେ ଦୁର୍ବୁତ୍ତ ।ଅନ୍ୟପଟେ ଏହି ଘଟଣା ପରେ ନାଏବ ସରପଞ୍ଚ ନିର୍ବାଚନ କୁ ସ୍ଥଗିତ କରାଯାଇଥିବା ତେନ୍ତୁଳୀଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ କହିଛନ୍ତି l


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ।