Home ଆଞ୍ଚଳିକ ଏନ.ବି.ସି ମହାବିଦ୍ୟାଳୟ ଠାରେ ମହିଳା ଆତ୍ମ ସୁରକ୍ଷା କୈାଶଳ ପ୍ରଶିକ୍ଷଣ

ଏନ.ବି.ସି ମହାବିଦ୍ୟାଳୟ ଠାରେ ମହିଳା ଆତ୍ମ ସୁରକ୍ଷା କୈାଶଳ ପ୍ରଶିକ୍ଷଣ

49

ଆସିକା,୧୧/୧୨ (ଖିରୋଦ ଚନ୍ଦ୍ର ବେହେରା) ;  କେନ୍ଦୁପଦର ଏନ.ବି.ସି ମହାବିଦ୍ୟାଳୟ ଠାରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଆନୁଷ୍ଠାନିକ ଭାବେ ଶିବିରକୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାୟ ୨ଶହରୁ ଉର୍ଦ୍ଧ ଛାତ୍ରୀ ଯୋଗ ଦେଇଥିବା ବେଳେ ସଂଯୋଜିକା ଶୁଭଶ୍ରୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କୀତ ପ୍ରାରମ୍ଭିକ ସୂଚନା ସାଙ୍ଗକୁ ବର୍ତମାନ ସମୟରେ ପ୍ରତ୍ୟେକ ଝିଅ ଓ ମହିଳା ମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କିପରି ଅପରିହାର୍ଯ୍ୟ ଏବଂ ଏହାର ଗୁରୁତ୍ୱ ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସନ୍ତୋଷ କୁମାର ଆପଟ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜିିକା ଶୁଭଶ୍ରୀ ସାହୁ ପ୍ରଶିକ୍ଷଣ ଶିବିର ସମ୍ପର୍କୀତ ମୁଲ୍ୟବାନ ତଥ୍ୟ ଉପରେ ମତ ରଖିଥିଲେ । ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ରବିନାରାୟଣ ପାତ୍ର ଆତ୍ମ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ନାରୀକୁ କିପରି ପୁରାଣ,ଇତିହାସ,ସାହିତ୍ୟରେ ଶ୍ରେଷ୍ଠ ପ୍ରଦାନ କରାଯାଇଛି ସେ ସମ୍ପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏହି ଶିବିରରେ ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ବନୀତା ସାହୁ ଓ ସୋନାଲୀ ଗୈାଡ ପ୍ରଶିକ୍ଷୀକା ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ମହାବିଦ୍ୟାଳୟ ଏନସିସି ଅଫିସିର ଅଜିତ କୁମାର ପଟ୍ଟନାୟକ,ଯୁବ ରେଡକ୍ରସ ସଂଯୋଜକ ହରିଶଙ୍କର ପାଣ୍ଡେ,ଜାତୀୟ ସେବା ଯୋଜନା ଅଧିକାରୀ ସୁଜାତା ସିଂ ସମେତ ଅଧ୍ୟାପିକା ଅର୍ଚ୍ଚନା ପଟ୍ଟନାୟକ,ରାଜେଶ୍ୱରୀ ରଥ,ସ୍ରିଦ୍ଧି ଦାଶ ସୁଶ୍ଚିସ୍ମିତା ପଟ୍ଟନାୟକ,ଝିଲେନ ରାଣି ମିଶ୍ର,ଯଶ୍ମିନ ନାୟକ ପ୍ରମୁଖ ଏହି ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ କାର୍ଯ୍ୟକ୍ରମର ନିଜ ନିଜ ସୁଶ୍ଚିନ୍ତିତ ମତ ସଂକ୍ଷିପ୍ତରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ସୁଜତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।