
ଶେରଗଡ଼ , ୧୧/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତାକରଡ଼ା ଗ୍ରାମପଞ୍ଚାୟତରେ ଆଜି ନବନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ଏବଂ
ନାଏବ ସରପଞ୍ଚ, ସମସ୍ତ ୱାର୍ଡ ମେମ୍ବର ପଂଚାୟତ ର ବିକାଶ ପାଇଁ ଶପଥ ନେଇ ଦାୟତ୍ୱ ଗ୍ରହଣ କରିଛନ୍ତି ।
ଦାୟତ୍ୱ ନେବା ସମୟରେ ପଞ୍ଚାୟତ ର ସବୁ ବର୍ଗ ର ଅର୍ଥାତ ଯୁବ, ବରିଷ୍ଠ ଏବଂ ବହୁ ମହିଳା ଙ୍କ ଉପସ୍ଥିତ ରହିଥିଲେ ଯାହା ଫଳରେ ତାକରଡ଼ା ଗ୍ରାମ ପଞ୍ଚାୟତ ର ଦାୟତ୍ୱରେ ଥିବା ପି ଓ ଙ୍କ ଠାରୁ ଦାୟତ୍ୱ ଗ୍ରହଣ କରିଥିଲେ ।
ପଞ୍ଚାୟତ ର ସମସ୍ତ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ |
ପଞ୍ଚାୟତ ବାସୀଙ୍କର ବିକାଶ ମୂଳକ କାର୍ଯ୍ୟ କରିବେ ଏବଂ ପଞ୍ଚାୟତ ର ଅଧୁରା ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ ସରପଞ୍ଚ ଏବଂ ସମିତି ସଭ୍ୟ ଶ୍ରୀ କୃଷ୍ଣ ନାୟକ ମତବ୍ୟକ୍ତ କରିଛନ୍ତି l
ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ







