
କବିସୂର୍ଯ୍ୟନଗର , ୧୧/୦୩/୨୨। ( ଜିଲ୍ଲା ଖବର। ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏକାଦଶୀ ଗାଁରେ ଆଜି ସକାଳୁ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ଯୁବରଣ ଘଟିଥିଲା । ଯାହାର ପ୍ରତିବାଦ ରେ ଗ୍ରାମବାସୀ ମୃତ ଦେହ କୁ ରଖି ରାସ୍ତାରୋକ କରିଛନ୍ତି । ଏହି ରାସ୍ତାରୋକ ପଥରା ଛକ ଠାରେ ଚାଲିଥିବା ବେଳେ କ୍ଷତି ପୂରଣ ସହିତ ସ୍ଥାୟୀ ଉପକାର ଦାବି କରିଛନ୍ତି ଲୋକେ ।
ରାସ୍ତା ଅବରୋଧ ଫଳରେ ଆସିକା ଭୂବନେଶ୍ବର ଗାଡି ଚଳାଚଳ ବନ୍ଦ ରହିଥିବା ସହିତ ଚାଲିଛି ରାସ୍ତାରୋକ । କବିସୂର୍ଯ୍ୟନଗର ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରି ଲୋକଙ୍କୁ ବୁଝା ସୁଝା ଜାରିରଖିଛନ୍ତି ।




