
ଜଗନ୍ନାଥ ପ୍ରସାଦ , ୧୧/୦୩/୨୨। ( ଜିଲ୍ଲା ଖବର ) : ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ର ସରପଞ୍ଚ ଭାବେ ନବ ନିର୍ବାଚିତ ଶ୍ରୀମତି ରଶ୍ମିତା କୁମାରୀ ସେଠୀ ଆଜି ୧୧ ମାର୍ଚ ୨୦୨୨ ରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅରକ୍ଷିତ ପ୍ରଧାନ ସରକାରି ସ୍ତରରେ ସମସ୍ତ ନଥିପତ୍ର ରେ ସନ୍ତକ କରି ପଦ ଓ ଗୋପନୀୟତା ର ଶପଥ ପାଠ କରେଇ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ।ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ରେ ହୋମ ଜଂଜ୍ଞ କରା ଯାଇଥିଲା।ହୋମ ଜଂଜ୍ଞ ରେ ସାମ୍ବାଦିକ ପବିତ୍ର ମହାପାତ୍ର କର୍ତ୍ତା ରୂପେ କାର୍ଯ୍ୟ ତୁଲେଇଥିଲେ।
ନବ ନିର୍ବାଚିତ ସରପଞ୍ଚ ଶ୍ରୀମତି ରଶ୍ମିତା କୁମାରୀ ସେଠୀ ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ରେ ପହଁଚିବା ପରେ ଗ୍ରାମବାସୀ ମାନେ ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ସରପଞ୍ଚ ଶ୍ରୀମତି ସେଠୀ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବା ସମୟ ରେ ରିବନ କାଟି ପ୍ରବେଶ କରିଥିଲେ ଓ କହିଥିଲେ ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତ ବାସି ଯେଉଁ ଭରଷା ରଖି ମୋତେ ସରପଞ୍ଚ ରୂପେ ନିର୍ବାଚିତ କରିଛନ୍ତି ମୁଁ ସେହି ଭରଷା ରେ ଗ୍ରାମପଞ୍ଚାୟତ ର ସମଗ୍ର ବିକାଶ କରିବା ସହ ଧନ୍ୟବାଦ ଦେଇଥିଲେ।
ଘୁମୁସର ଜିଲ୍ଲା ବିଜେପି ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ସଭାପତି ଇଂଜିନିୟର କବିରାଜ ବେହେରା ନବ ନିର୍ବାଚିତ ସରପଞ୍ଚ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହ ଏକ ଦୃନୀତି ମୁକ୍ତ ଗ୍ରାମପଞ୍ଚାୟତ ଗଠନ ପାଇଁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଓକିଲ ନିରାକାର ସାହୁ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ରଶ୍ମିତା କୁମାରୀ ସେଠୀ ଙ୍କୁ ଫୁଲ ତୋଡା ଦେଇ ଶୁଭେଛା ଜଣେଇବା ସହ ଜଗନ୍ନାଥ ପ୍ରସାଦ ର ବିକାଶ ପାଈଁ ସବୁବେଳେ ଚେଷ୍ଟା ଜାରି ରଖନ୍ତୁ ବୋଲି କହିଥିଲେ।
ଏହି ଅବସରରେ ନବ ନିର୍ବାଚିତ ସରପଞ୍ଚ ଙ୍କ ସ୍ୱାମୀ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସେଠୀ, କୁନା ଭୂୟାଁ, ସନ୍ତୋଷ ଭୂୟାଁ,ଦିଲ୍ଲୀପ ତ୍ରିପାଠୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇଥିଲେ।
ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ ଙ୍କ ରିପୋର୍ଟ








