Saturday, October 10, 2026
Home ଜାତୀୟ ଦେବାଳିଆ ଓ ଦେବାଳିଆପଣ ସଂହିତା (ଦ୍ୱିତୀୟ ସଂଶୋଧନ) ବିଲ ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ଦେବାଳିଆ ଓ ଦେବାଳିଆପଣ ସଂହିତା (ଦ୍ୱିତୀୟ ସଂଶୋଧନ) ବିଲ ୨୦୧୯କୁ କ୍ୟାବିନେଟ ମଞ୍ଜୁରି

14

ନୂଆଦିଲ୍ଲୀ , ୧୧/୧୨ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଦେବାଳିଆ ଓ ଦେବାଳିଆପଣ ସଂହିତା (ଦ୍ୱିତୀୟ ସଂଶୋଧନ) ବିଲ ୨୦୧୯ ମାଧ୍ୟମରେ ଦେବାଳିଆ ଓ ଦେବାଳିଆପଣ ସଂହିତା, ୨୦୧୬ରେ ଏକାଧିକ ସଂଶୋଧନ ଆଣିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ସଂଶୋଧନର ଲକ୍ଷ୍ୟ ହେଉଛି ସଂହିତାର ଉଦ୍ଦେଶ୍ୟ ପୂରଣ କରିବା ଏବଂ ଆହୁରି ଅଧିକ ବ୍ୟବସାୟିକ ସୁଗମତା ସୁନିଶ୍ଚିତ କରିବା ସକାଶେ ଦେବାଳିଆ ସମାଧାନ ପ୍ରକ୍ରିୟାରେ ରହିଥିବା ବାଧକ ଦୂର କରିବା ।

ପ୍ରସ୍ତାବର ବିବରଣୀ

ସଂଶୋଧନ ବିଲର ଉଦ୍ଦେଶ୍ୟ ଧାରା ୫ (୧୨), ୫(୧୫), ୭, ୧୧, ୧୪, ୧୬ (୧), ୨୧(୨), ୨୩(୧), ୨୯ ଏ, ୨୨୭, ୨୩୯, ୨୪୦ରେ ସଂଶୋଧନ ଆଣିବା ସହିତ ଦେବାଳିଆ ଓ ଦେବାଳିଆପଣ ସଂହିତା, ୨୦୧୬ରେ ଏକ ନୂତନ ଧାରା ୩୨ ଏକୁ ସାମିଲ କରିବା ।

ପ୍ରଭାବ :

• ସଂହିତାରେ ସଂଶୋଧନ ଫଳରେ ବାଧା ଦୂର ହେବ, ସିଆଇଆରପି ସୁବ୍ୟବସ୍ଥିତ ହେବ ଏବଂ ପାଣ୍ଠି ଯୋଗାଣର ଅନ୍ତିମ ବିକଳ୍ପ ସୁରକ୍ଷିତ ରହିବା ଫଳରେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ମିଳିପାରିବ ।

• କର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା (ସିଆଇଆରପି) ଆରମ୍ଭ କରିବାରେ ହେଉଥିବା ତ୍ରୁଟିବିଚ୍ୟୁତି ଦୂର କରିବା ଲାଗି ବ୍ୟାପକ ଆର୍ଥିକ ଋଣଦାତାଙ୍କ ପାଇଁ ଅତିରିକ୍ତ ପ୍ରାରମ୍ଭିକ ସୀମା ଆରମ୍ଭ କରାଯାଇଛି ଯାହାର ପ୍ରତିନିଧିତ୍ୱ ଜଣେ କ୍ଷମତାପ୍ରାପ୍ତ ପ୍ରତିନିଧି କରିବେ ।

• କର୍ପୋରେଟ ଋଣଗ୍ରହିତାଙ୍କ ବ୍ୟବସାୟିକ ଭିତ୍ତିଭୂମିକୁ ସବଳ ରଖିବା ସହ ନିରନ୍ତର ବ୍ୟବସାୟ ଜାରି ରଖିବା ସୁନିଶ୍ଚିତ କରାଯିବ । ଏଥିପାଇଁ ଋଣ ପରିଶୋଧ ସ୍ଥଗିତ ରହିବା ସମୟରେ ଲାଇସେନ୍ସ, ପରମିଟ, ରିହାତି, ମଞ୍ଜୁରି ଆଦି ସମାପ୍ତ, ନିଲମ୍ବନ କିମ୍ବା ନବୀକରଣ ଯେପରି କରାଯିବ ନାହିଁ ତାହା ସ୍ପଷ୍ଟ କରାଯିବ ।

• ଆଇବିସି ଅନ୍ତର୍ଗତ କର୍ପୋରେଟ ଋଣଗ୍ରହିତାଙ୍କୁ ସଂରକ୍ଷଣ ପ୍ରଦାନ କରାଯିବ । ଏହାର ଅନ୍ତର୍ଗତ ପୂର୍ବତନ ପରିଚାଳକ/ପ୍ରମୋଟରଙ୍କ ଦ୍ୱାରା କରାଯାଇଥିବା ଅପରାଧ ପାଇଁ ସଫଳ ଦେବାଳିଆ ସମାଧାନ ଆବେଦକଙ୍କ ଉପରେ କୌଣସି ଅପରାଧିକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।