
ଝଗଡେଇ , ୧୦/୦୩/୨୨ (ଜିଲ୍ଲା ଖବର ) : ଅଜଣା ବାଇକ ର ଧକ୍କାରେ ଝଗଡେଇ ଠାରେ ଦୁଇ ମହିଳା ଗୁରୁତର ଆହତ । ଆସିକା ବ୍ଳକ ଅନ୍ତର୍ଗତ ଝଗଡେଇ ଛକ ନିକଟରେ ଜଣେ ୨୬ ବର୍ଷିୟା ଯୁବତୀ scooty ରେ ଆସିକା ରୁ ଫେରିବା ସମୟରେ ଅନ୍ୟ ପଟୁ ମଦ୍ୟପ ଯୁବକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଯୁବକର ବାଇକ ଟି ଆହତ ଯୁବତୀ ଙ୍କ scooty ରେ ଧକ୍କା ଦେଇଥିବା ଫଳରେ ଉକ୍ତ ଯୁବତୀ ଜଣକ ନିଜର ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡ଼ିବା ସହ ଠିଆ ହୋଇଥିବା ବୃଦ୍ଧାଙ୍କ ଦେହରେ ପିଟି ହୋଇଯାଇଥିଲେ ।
ଫଳରେ ଯୁବତୀଙ୍କ ମୁଣ୍ଡ ଏବଂ ଦେହରେ ଗଭୀର ଆଘାତ ଲାଗିବା ସହିତ ବୃଦ୍ଧା ଜଣକ ତଳେ ପଡି ଅଚେତ ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ଜଣକ ଧକ୍କା ଦେଇସାରି ସେଠାରୁ ଚମ୍ପଟ ମାରି ଖସି ପଳାଇ ଯାଇଛି ।
ଅନ୍ୟ ପଟେ ଆହତ ଯୁବତୀ ଜଣକ କେନ୍ଦୁପଦର ଗ୍ରାମର ବୋଲି ପରିଚୟ ମିଳିଥିବା ବେଳେ ଅଚେତ ବୃଦ୍ଧା ଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।
ତେବେ ସ୍ଥାନୀୟ ଲୋକେ ଦମକଳବାହିନୀ ର ସାହାଯ୍ୟ ରେ ଆହତ ମହିଳାଙ୍କୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଦେଇଛନ୍ତି ।






