Home ଅପରାଧ ଜଗନ୍ନାଥ ପ୍ରସାଦ ପାଇକ ସାହି ରେ ପାଗଳ କୁକୁର ଗୁଡିକର ଦରାତ୍ମ୍ୟ ଦିନ କୁ ଦିନ...

ଜଗନ୍ନାଥ ପ୍ରସାଦ ପାଇକ ସାହି ରେ ପାଗଳ କୁକୁର ଗୁଡିକର ଦରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଛି।

156

ଜଗନ୍ନାଥପ୍ରସାଦ , ୧୦/୦୩/୨୨ ( ଜିଲ୍ଲା ଖବର ) : ଜଗନ୍ନାଥ ପ୍ରସାଦ ପାଇକ ସାହି ରେ ପାଗଳ କୁକୁର ଗୁଡିକର ଦରାତ୍ମ୍ୟ ଦିନ କୁ ଦିନ ବଢି ଚାଲିଛି। ଛ ମାସ ମଧ୍ୟ ରେ ପ୍ରାୟ ୩୦ ଜଣଙ୍କୁ କାମୁଡିଲାଣି। ଛୋଟ ପିଲା ଠୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ କାମୁଡୁଛି।

ପାଇକ ସାହି ର ପ୍ରବେଶ ପଥ ତ୍ରିନାଥ ମନ୍ଦିର ପାଖା ପାଖି ଅଂଚଳରେ ରେ ପାଗଳ କୁକୁର ଗୁଡିକ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରେ ଚରା ବୁଲା କରୁଛନ୍ତି, ସେହି ରାସ୍ତା ରେ ଯିଏ ଗଲେ ଭି ସେମାନଂକୁ କୁକୁର କାମୁଡୁଛି,ତେଣୁ ପାଇକ ସାହି କୁ ଲୋକ ମାନେ ଆସିବାକୁ ଭୟ କରିବା ସହ ସୁରକ୍ଷିତ ମଣୁ ନାହାନ୍ତି, ଶେଷରେ ପାଇକ ସାହି ବାସିନ୍ଦା ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ ମୌଖୀକ ଜଣେଇଛନ୍ତି।

ସେହିପରି ଜଗନ୍ନାଥ ପ୍ରସାଦ ପଶୁ ସଂପଦ ଅଧିକାରୀ ଙ୍କୁ ମଧ୍ୟ ଜଣେଇ ବାରୁ ସେ କହିଲେ କୌଣସି ପଦକ୍ଷେପ ନେଇ ପାରିବେ ନାହୁଁ। ବର୍ତ୍ତମାନ ସ୍କୁଲ ଗୁଡ଼ିକ ଖୋଲି ଗଲାଣି ତେଣୁ ସେହି ଅଂଚଳ ଦେଇ ଛୋଟ ଛୋଟ ପିଲା ମାନେ ଯାତାୟତ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଆଧିପତ୍ୟ ବିସ୍ତାର ପାଇଁ ଜୈନିକ ଜଣେ ଗୁଣ୍ଡା ବ୍ୟକ୍ତି ପରୋକ୍ଷ ରେ ଗୁଡାଏ ଦେଶୀ କୁକୁର କୁ ପାଳିବା ଓ ତାକୁ କିଛି କୁଜି ନେତା ଟାଉଟର ପ୍ରତେକ୍ଷ ଭାବେ ସମର୍ଥନ କରୁ ଥିବା ରୁ କୁକୁର କାମୁଡ଼ିବାର ଶିକାର ହେଉ ଥିବା ବ୍ୟକ୍ତିମାନେ ଡର ରେ କିଛି କହିପାରନ୍ତି ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା କୁ ସାଧାରଣ ରେ ଦାବି ହେଉଛି।
ଜଗନ୍ନାଥ ପ୍ରସାଦ ରୁ ନିରାକାର ସାହୁ ଙ୍କ ରିପୋର୍ଟ