Thursday, October 15, 2026
Home ଆଞ୍ଚଳିକ ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟରେ ଶିଳ୍ପୋଦ୍ୟଗୀ ସପ୍ତାହ ଉଦଯାପିତ ।

ଗାୟତ୍ରୀ ବୈଷୟିକ ମହାବିଦ୍ୟାଳୟରେ ଶିଳ୍ପୋଦ୍ୟଗୀ ସପ୍ତାହ ଉଦଯାପିତ ।

97

ଗୁଣୁପୁର , ୦୯/୦୩/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଗାୟତ୍ରୀ ଫାର୍ମାସୀ ମହା ବିଦ୍ୟାଳୟ ପରିସରରେ ଶିଳ୍ପୋଦ୍ୟୋଗୀ ସପ୍ତାହ ଉଦଯାପନ ହୋଇଯାଇଅଛି । ଅନୁଷ୍ଠାନ ର ଅଧିକ୍ଷକ ଶ୍ରୀ ଅକ୍ଷୟ ଦାସଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପରିଚାଳନା ନିର୍ଦ୍ଦଶକ ଶ୍ରୀ ସଞ୍ଜୟ ସାହୁ, ପ୍ରସାଶନିକ ଅଧିକାରୀ ଶ୍ରୀ ପି ଭି କୋଟେଶ୍ୱର ରାଓ, ଫାର୍ମାସୀ ବିଭାଗର ପ୍ରିନ୍ସିପଲ ଡାକ୍ତର ପ୍ରକାଶ ଚନ୍ଦ୍ର ସେନାପତି, ଏମ ବି ଏ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ମାନସ ରଞ୍ଜନ ସାମଲ, ପ୍ରମୁଖ ମଞ୍ଚାଷିନ ଥିଲେ ।

କାର୍ଯ୍ୟକ୍ରମକୁ ଅଧ୍ୟାପିକା ଅର୍ଚ୍ଚନା ପ୍ରିୟଦର୍ଶିନୀ ଚାନ୍ଦ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପ୍ରିୟଙ୍କା ପାଢ଼ୀ ଅତିଥି ପରିଚୟ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ସହ ସ୍ବାଗତ ଜଣାଇଥିଲେ । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ତାପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଏମ ଏସ ଏମ ଇ ବିଭାଗର ଡି ଆଇ ଶ୍ରୀ ଏମ କେ ରତ୍ନମ ଯୋଗଦେଇଥଲେ । ସେହିଭଳି ଭାବରେ ସମ୍ମାନୀତ ଅତିଥି ଭାବରେ ଶ୍ରୀ ଦେବାଶିଷ ମହାନ୍ତି ଏବଂ ଶ୍ରୀ ରିତେଶ କୁମାର ପଣ୍ଡା ମହୋଦୟ ଯୋଗ ଦେଇଥିଲେ ।

ଅତିଥିମାନେ ବିଭିନ୍ନ ପ୍ରକାରର ଶିଳ୍ପସଂସ୍ଥା ବିଷୟରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ଶିଳ୍ପ ଉଦ୍ୟୋଗୀ ଦ୍ଵାରା ଯେ କୌଣସି ବ୍ୟକ୍ତି ନିଜେ ଉନ୍ନତି ହେବା ସହ ସମାଜର ତଥା ବିଭିନ୍ନ ବେରୋଜଗରୀଙ୍କୁ ରୋଜଗାରର ପନ୍ଥା ଦେଇ ସମାଜର ଉନ୍ନତି କରିପାରିବେ ଅତିଥିମାନେ ବୁଝାଇଥିଲେ । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଅତିଥି ଶିଳ୍ପ ଉଦ୍ୟୋଗ ଦ୍ଵାରା ହେଉଥିବା ବିଭିନ୍ନ ଉନ୍ନତି କାର୍ଯ୍ୟ ବିଷୟରେ କହିଥିଲେ । ସଭା ଶେଷରେ ଅନୁଷ୍ଠାନରେ ଆୟୋଜନ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି କୃତୀତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

ଶେଷରେ ଅଧ୍ୟାପିକା ସୁଶ୍ରୀ ଦିପଳି ପାଢ଼ୀ ଉପସ୍ଥିତ ସମସ୍ତ ଅତିଥି, ଅନୁଷ୍ଠାନର କର୍ମଚାରୀ, ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ବି ଚନ୍ଦ୍ରିକା କୁମାରୀ , ପାଢ଼ୀ, ସୁଜାତା ନାୟକ, ସ୍ଵଦେଶ୍ନା ମହାନ୍ତି, ମହାଲକ୍ଷ୍ମୀ ଦାସ, ଶାଶ୍ଵତୀ ବେହେରା, ପ୍ରିୟଙ୍କା ସାହୁ, ସିତଞ୍ଜଳି ସାହୁ, ରଶ୍ମିତା ରଥ, ଅଧ୍ୟାପକ ଚୈତନ୍ୟ ପ୍ରଧନୀ, ଅଭିଷେକ ପଟ୍ଟନାୟକ, ଧବଳେଶ୍ଵର ,ସୌମ୍ୟ ରଞ୍ଜନ ବିଶ୍ଵାଳ, ଅନୁପ ଦାସ, ବାଉରୀ ଲୋହା, ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ରାଜୀବ ପଣ୍ଡା, ଦେବେନ୍ଦ୍ର ମିଶାଲ, ବିଷ୍ଣୁ ପ୍ରସାଦ ରଥ, ବାବୁଲା ଦାସ, ରବି ଗୌଡ଼, ଯୁଜା ବିଡ଼ିକା, ଲକ୍ଷ୍ମୀ ନାରାୟଣ ପାଢ଼ୀ, ମମତା ପଣ୍ଡା, ସୋନାଲି ଦାସ, ଶୁମତି ବିଡିକା, ଟେରେସା ବିଡ଼ିକା, ରାଜକୁମାର, ଅଭି ବେହେରା, ଶ୍ରୀକାନ୍ତ ପଣ୍ଡା,ବିଭୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।