
ବ୍ରହ୍ମପୁର , ୦୯/୦୩/୨୨ (ଜିଲ୍ଲା ଖବର ) : NSS, ସ୍ନାତକୋତ୍ତର ସମୂହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହୋଇଯାଇଛି। ସଭାରେ ସ୍ନାତୋତ୍ତର ବିଭାଘର ମୁଖ୍ୟ ପ୍ରଫେସର ପି କେ ମହାନ୍ତି , ସଭା ପତିତ୍ୱ କରିଥିଲେ।

ଏଥିସହିତ ଡ ଧ୍ରୁବ ଚରଣ ପଣ୍ଡା, NSS ସଂଯୋଜକ, ପ୍ରଫେସର ଅରୁନ୍ଧତୀ ରଥ, ମହାବିଦ୍ୟାଳୟ ଉନ୍ନୟନ ନିର୍ଦ୍ଦେଶକ , ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ, ଏନଏସଏସ ଜିଲ୍ଲା ଯୋଜନା ଅଧିକାରୀ ଅତିଥିରୁପେ ଯୋଗଦେଇଥିଲେ ।

ଯୋଜନା ଅଧିକାରୀ ଡ ଇତିଶ୍ରୀ ଗୀତା କୁମାରୀ, ଡ ସମୀର ଭୋଇ ଓ ଶକ୍ତି ରଂଜନ ଦାଶ ମଧ୍ୟ ଉପସ୍ଥିତ ରହି ସ୍ବେଚ୍ଛସେବୀ ମାନଙ୍କୁ ପ୍ରେରଣା ଦେଇଥିଲେ।

ସଭାରେ ସ୍ବେଚ୍ଛସେବୀ ମନେ ଏହିଦିବସ ଉପରେ ନିଜର ମତ ରଖିଥିଲେ, କିଛି ସ୍ୱେଚ୍ଛ ସେବୀ କବିତା ଓ ବକ୍ତବ୍ୟ ମାଧ୍ୟମରେ ନିଜର ପ୍ରତିଭା ଦେଖାଇଥିଲେ। ସଭାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ଧନ୍ୟବାଦ ସହ ସଭା ଶେଷ କରାଯାଇଥିଲା



