
ଗୁଣୁପୁର , ୦୯/୦୩/୨୨ (ଜିଲ୍ଲା ଖବର ) : ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆଜି ଗୁଣପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅଧ୍ୟକ୍ଷ ଡ. ବାମଦେବ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥୀ ରୂପେ ଶ୍ରୀମୋହନ ଚନ୍ଦ୍ର ସାହୁ ଯୋଗ ଦେଇ ସବୁକ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ସମାନତା ରହିଲେ ହିଁ ଦେଶର ଅଗ୍ରଗତି ସମ୍ଭବ ହୋଇପାରିବ ବୋଲି ମତ ରଖି ଥିଲେ । ଏକ ସମୃଦ୍ଧିଶିଳ ଦେଶ ଗଠନରେ ଲିଙ୍ଗଗତ ସମାନତା ରହିବା ନିହାତି ଜରୁରି କହି ଆଜି ର ସମ୍ମାନୀୟ ଅତିଥୀ ଶ୍ରୀମତି ଡ. ଇନ୍ଦିରା ଅଧିକାର ନିଜର ବ୍ୟକ୍ତବ୍ୟ ରଖିଥିଲେ ।

ଅନୁଷ୍ଠାନ ତରଫରୁ ଶ୍ରୀମତି ଅଧିକାରିଙ୍କୁ ପ୍ରେରଣା ପ୍ରଦାୟନି ନାରୀ’ ରୂପେ ମାନପତ୍ର ସହ ସ୍ମୃତିଫଳକ ଦେଇ ସମ୍ବନ୍ଧୀତ କରାଯାଇଥିଲା । ସୁଶ୍ରୀ ଦେବଶ୍ରୀ ମହାପାତ୍ର ମଞ୍ଚପରିଚାଳନା କରିଥିବା ବେଳେ ଡ. ସୂର୍ଯ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଦିବସରେ ଅନୁଷ୍ଠାନରେ କାର୍ଯ୍ୟରତ ଅଧ୍ୟାପିକା ଦିପିକା ପଟ୍ଟନାୟକ ,ପୁଷ୍ପାଞ୍ଜଳି ସାହୁ, ଦିପ୍ତିମୟି ବଡରଇତ, ସୁନିତା ଗମାଙ୍ଗ, ବନ୍ଦିତା ଧୁରୁଆ, ସସ୍ମିତା ରଥ ଓ ବିଜ୍ଞାନଗାରର ସହାୟିକା ଶ୍ରୀମତି ସସ୍ମିତା ମିଶ୍ର ଓ ଜୋସ୍ନାରାଣୀ ମିଶ୍ର ଲିଙ୍ଗଗତ . ସାମାଜିକ ତଥା ଅର୍ଥନୈତିକ ଓ ନାରୀ ର ବିଭିନ୍ନ ସମସ୍ୟା ଉପରେ ନିଜର ବ୍ୟକ୍ତ ବ୍ୟ ରଖିଥିଲେ l

ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ , ସଙ୍ଗିତ ଓ ନାଟକ ପରିବେଶଣ କରାଯାଇଥିଲା । ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଆଜି ର ଦିନର ଆବଶ୍ୟକ ତା ଉପରେ ଆଲୋକପାତ କରିଥିଲେ ।

ଏହି ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ଓ ପ୍ରଚାରଫର୍ଦ୍ଦ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀଯୁକ୍ତ ଜଗନ୍ନାଥ ଦୀପ ଓ ଡ. ସଚ୍ୟବାନ ଗରଡ ଉପସ୍ଥିତ ରହି ଛାତ୍ର ଓ ଛାତ୍ରୀ ମାନଙ୍କୁ ଉଛାହିତ କରିଥିଲେ ।

ଅତିଥୀ ମାନେ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ ।ରେପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି



