
ବେଲଗୁଣ୍ଠା, ୦୯/୦୩/୨୨ (ଜିଲ୍ଲା ଖବର ) : ବେଲଗୁଣ୍ଠା ହାଟପଦାର କେ ବୁଲୁ ପାତ୍ର ତାଙ୍କ ବବିତା ପାତ୍ରଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରୁ୍ଥିବା ଅଭିଯୋଗ କରିଛନ୍ତି ନିଜେ ବବିତା I ବବିତାଙ୍କ ଅଭିଯୋଗ ପ୍ରକାରେ ବେଲଗୁଣ୍ଠା ହାଟପଦାର କେ. ବୁଲୁ ପାତ୍ର ବବିତାଙ୍କୁ ଦ୍ୱିତୀୟ ପକ୍ଷରେ ବିବାହ କରିଥିଲେ I

କିନ୍ତୁ ବିବାହ ପରଠାରୁ ବୁଲୁ ବବିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ I ସୋମବାର ରାତିରେ ବୁଲୁ ସବୁ ସୀମା ଟପି ଯାଇ ବବିତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲା I ବବିତା ପ୍ରାଣ ବିକଳରେ ବାହାରକୁ ଦୌଡ଼ି ଆସିବା ପରେ ସାହି ପଡ଼ୋଶୀ ବୁଲୁକୁ ପ୍ରତିରୋଧ କରିଥିଲେ I

ପରେ ବୁଲୁ ମଧ୍ୟ ବବିତାଙ୍କୁ କୌଣସି ପ୍ରକାର ହଇରାଣ କରିବନାହିଁ ବୋଲି ପ୍ରକାଶ କରିବା ପରେ ଉଭୟେ ଘର ଭିତରକୁ ଯାଇଥିଲେ I କିନ୍ତୁ ପୁଣି ବୁଲୁ ବବିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ଜୀବନ ନେବାକୁ ଚେଷ୍ଟା କରିଥିଲା I କିନ୍ତୁ ବବିତା କୌଶଳ କ୍ରମେ କାନ୍ଦି କାନ୍ଦି ବାହାରକୁ ଦୌଡ଼ି ଆସିଥିଲେ I

ସାହି ପଡ଼ୋଶୀ ବବିତାଙ୍କୁ ବୁଲୁ କବଳରୁ ଉଦ୍ଧାର କରିଥିଲେ I ଏହାପରେ ବବିତା ପଡ଼ୋଶୀଙ୍କ ସହାୟତାରେ ବେଲଗୁଣ୍ଠା ଥାନାରେ ପହଞ୍ଚି ବୁଲୁ ବିରୁଦ୍ଧରେ ଅଭିଯୋଗ କରିଥିବା ସୂଚନା ମିଳିଛି I



