
ବ୍ର୍ର୍ରହ୍ମପୁର , ୦୮/୦୩/୨୨ (ଜିଲ୍ଲା ଖବର ) : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଥାନ୍ତି।ଚଳିତ ବର୍ଷ ମଧ୍ୟ ଧୋବାଡି ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା। ଏହି ପ୍ରୋଗ୍ରାମ କୁ ସିଷ୍ଟର ସବିତା ଏବଂ ବେଥାନୀ ସୋଶିଆଲ ସର୍ଭିସ୍ ସେଣ୍ଟର ର staff ସମସ୍ତେ ମିଶି ପରିଚାଳନ କରିଥିଲେ। ସିଷ୍ଟର ସବିତା ସ୍ୱୟଂ ସହାୟକ ଗୋଷ୍ଠୀକୁ ଜୀବିକା ଉପରେ ପ୍ରାଧାନ୍ୟ ଦେଇ ବୁଝାଇଥିଲେ। ଏବଂ ଏହି ବର୍ଷର ବିଷୟ ବସ୍ତୁ ଉପରେ Gender equality Today for sustainable tomorrow” ମଧ୍ୟ ବୁଝାଇଥିଲେ। ମହିଳା ମାନଙ୍କୁ ଖୁସି କରେଇବା ପାଇଁ କ୍ରିଡା ପ୍ରତିଯୋଗିତାର ଆୟୋଜନ କରିଥିଲେ। ଧୋବାଡି ଗ୍ରାମର ଛୋଟ ଛୋଟ ପିଲା ମାନେ ମନୋରଞ୍ଜନ ପ୍ରୋଗ୍ରାମ ମଧ୍ୟ କରିଥିଲେ।


