ଢେଙ୍କାନାଳ , ୦୮/୦୩/୨୨ ( ଜିଲ୍ଲା ଖବର ) : ପୁନେ ସ୍ଥିତ ଅଗ୍ରଣୀ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍
ଫାଉଣ୍ଡେସନ୍ ସମାଜ ସଚେତନତା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି I

ଆଜି ସଂଗଠନ ତରଫରୁ ଏକ ଅନାଥ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଂଗଠନର ସଭାପତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାମାରୀ ସମୟରେ ଶିଶୁଙ୍କ ଉପଯୁକ୍ତ ଯତ୍ନ ଏବଂ ମହିଳାଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା I

ମୁଖ୍ୟ ବକ୍ତା ଭାବେ ସଂଗଠନ ସଦସ୍ୟା ଇଶା ମିଶ୍ର ଏବଂ ପ୍ରଣତି ମହାପାତ୍ର ଯୋଗ ଦେଇ ମହିଳାଙ୍କ ସ୍ୱାସ୍ଥ୍ୟ, ନିୟମିତ ମାସିକ ଋତୁସ୍ରାବ , ଉଚିତ୍ ସ୍ପର୍ଶ ଏବଂ ଅନୁଚିତ୍ ସ୍ପର୍ଶ ସମ୍ପର୍କରେ ମୌଳିକ ସୂଚନା ପ୍ରଦାନ କରିଥିଲେ I

ଏହି ଅବସରରେ ଅନୁଷ୍ଠାନ ତରଫରୁ ସାଧାରଣ ସମ୍ପାଦକ ଆନନ୍ଦ ମହାପାତ୍ର ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଶିଶୁଙ୍କ ସହ ସେମାନଙ୍କ ଶୈକ୍ଷିକ ବାତାବରଣ ଏବଂ ଜୀବନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I
ସଂଗଠନ ସଦସ୍ୟ ଅମ୍ରିତ ଅନୁପମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I

ପ୍ରକାଶ ଥାଉକି ଏହି ସଂଗଠନ ଶିଶୁ,ମହିଳା, ଅସୁବିଧାରେ ପଡ଼ିଥିବା ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ରକ୍ତଦାନ,ସାହିତ୍ୟ ଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଭଳି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ କରି ଭାରତର ବିଭିନ୍ନ ସ୍ଥାନରେ ଉଚ୍ଚ ପ୍ରଶଂସା ଲାଭ କରିଛି I






