Tuesday, October 20, 2026
Home ଅପରାଧ ବ୍ଲକ ପରିସରରେ ମିଳିଥିବା ହାଡ଼ କଙ୍କାଳ ରୁ ମିଳି ପାରେ ଛୋଟୀ ଦାସ ମୃତ୍ୟୁ ର...

ବ୍ଲକ ପରିସରରେ ମିଳିଥିବା ହାଡ଼ କଙ୍କାଳ ରୁ ମିଳି ପାରେ ଛୋଟୀ ଦାସ ମୃତ୍ୟୁ ର ରହସ୍ୟ l

156


ଯାଜପୁୁର , ୦୮/୦୩/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପରିସରର ଏକ ପରିତ୍ୟକ୍ତ ଘରୁ ଗତ ମାସ ୨୨ତାରିଖ ରେ ଅଜଣା କଙ୍କାଳ ,ହାଡ଼ ଓ ଏକ ମୁଣ୍ଡ ସହିତ ଟଙ୍ଗା ଯାଇଥିବା ଚୁଟି ସହିତ ଏକ ରଡ଼ ଓ ଏସିଡ ବୋତଲ କୁ ଜବତ କରିଥିଲା ଧର୍ମଶାଳା ପୋଲିସ।

ହେଲେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନେବା ତଥା ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ କୁ ଚିହ୍ନଟ ନ କରିବା ନେଇ ସାଧାରଣ ରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା।


ତେବେ ସୂଚନା ଥାଉକି ଆଜି ଅପରାହ୍ନ ସମୟରେ କୌଣସି ସୂତ୍ରରୁ ଖବର ପାଇ ଜଣେ ମହିଳା କାନ୍ଦୁ ଥିବାର ଜାରକା ନିକଟ ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭେଟିଥିଲେ ଆମ ପ୍ରତିନିଧି। ତେବେ ଉକ୍ତ ମହିଳା ଙ୍କ ନାଁ ପଞ୍ଚାବତି ଦାସ ହୋଇଥିବା ବେଳେ ତାଙ୍କ ଝିଅ ଛୋଟୀ ଦାସ ଆଜକୁ ବହୁ ମାସ ହେଲା ନିଖୋଜ ଥିବାର କହିଥିଲେ।

ଏମିତିକି ତାଙ୍କ ଝିଅର ହାଡ କଙ୍କାଳ ବ୍ଲକ ପରିସର ର ଏକ ପରିତ୍ୟକ୍ତ ଘରୁ ମିଳିଥିବାର ଜାରକା ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନା ସିଂ ପୁଅ କାଳିଆ କହି ଥିବାର ସେ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ପଞ୍ଚାବତି ଙ୍କ କହିବା କଥା ତାକୁ ଆଜି ସକାଳ ସମୟରେ ପୂର୍ବତନ ସରପଞ୍ଚଙ୍କ ପୁଅ କାଳିଆ କହିଥିଲା କୁଆଡେ ତୋ ଝିଅ ବହୁତ ଦିନ ହେବ ତ୍ରିନାଥ ମନ୍ଦିର ପାଖରେ ଥିବା ପୁରୁଣା ଘରେ ଦୌଡ଼ି ଦେଇକି ମରିଯାଇଛି। ଯାହାକୁ ନେଇ ପଞ୍ଚାବତି ଙ୍କର ସନ୍ଦେହ କାଳିଆ ଉପରେ ହେଇଥିବା ବେଳେ ଏ ନେଇ ଧର୍ମଶାଳା ଥାନା ରେ ଅଭିଯୋଗ କରିଥିଲେ।


ପୂର୍ବତନ ସରପଞ୍ଚ ଙ୍କ ପୁଅ କାଳିଆ କାହିଁକି ଏପରି ମହିଳା ଙ୍କୁ କହିଲା ? ଘଟଣା ଏତେ ଦିନ ହେଇଗଲା ଯେଉଁଠି ପୋଲିସ ହାତରେ ତଥ୍ୟ ଲାଗିପରିଲା ନାହିଁ,ସେଠି କାଲିଆ କେମିତି ଜାଣିପାରିଲା ?

ଯଦି ପୋଲିସ ହାଡ କଙ୍କାଳ କୁ ଚିହ୍ନଟ କରିପାରିନଥିଲା, ସେଠି କାଳିଆ କେମିତି ଚିହ୍ନଟ କରିଲା ଯେ ଉକ୍ତ କଙ୍କାଳ ହେଉଛି ଛୋଟୀ ଦାସ ଙ୍କର।ତାହାଲେ ଏ ଘଟଣା ପଛରେ କାଳିଆ ଆଉ ସମ୍ପୃକ୍ତ ନାହିଁ ତ ?


ଏନେଇ ଅନେକ ପ୍ରଶ୍ନ ସାଧାରଣ ରେ ଉଠୁଥିବା ବେଳେ ଜାରକା ପୂର୍ବତନ ସରପଞ୍ଚ ମିନ୍ନା ସିଂ ଙ୍କ ପୁଅ କାଳିଆକୁ ଧର୍ମଶାଳା ପୋଲିସ ଉଠାଇ ଆଣି ଘଟଣାର ଅଧିକ ତଦନ୍ତ ଚଳାଇ ଛନ୍ତି।

ତେବେ ଦେଖିବାକୁ ବାକି ରହିଲା କେବେ ମିଳିବ ଛୋଟୀ ପରିବାର କୁ ନ୍ୟାୟ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।