Saturday, November 14, 2026
Home ଆଞ୍ଚଳିକ ନାମାଙ୍କନ ଦାଖଲର ଶେଷଦିନରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ନାମାଙ୍କନ ଦାଖଲର ଶେଷଦିନରେ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

81

ଆସିକା , ୦୭/୦୩/୨୨ (ଜିଲ୍ଲା ଖବର ) : ଆସନ୍ତା ୨୪ ତାରିଖ ରେ ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ

ଅନୁଷ୍ଠିତ ହେବକୁ ଯାଉଛି ପୌର ନିର୍ବାଚନ l

ପ୍ରାର୍ଥୀ ନାମାଙ୍କନ ଦାଖଲ ଲାଗି ଗତ ୨ ତାରିଖ ଠାରୁ ୭ ମଧ୍ୟରେସମୟ ସ୍ଥିର କରାଯାଇଥିବା ବେଳେ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ l

ରାଜ୍ୟର ବିଭିନ୍ନ ପୌରାଞ୍ଚଳ ମାନଙ୍କରେ ନାମାଙ୍କନ ଦଖଲ ଲାଗି ପ୍ରାଥୀମାନଙ୍କ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା, କବିସୂର୍ଯ୍ୟନଗର ଓ

କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ମାନଙ୍କନ ଦାଖଲ ଲାଗି ପ୍ରାର୍ଥୀ ମାନଙ୍କ ମଧ୍ୟରେ ଦେଖାଯାଇଛି ଉତ୍ସାହ l

ହଜାର ହଜାର ସମର୍ଥକ ଙ୍କ ସହ ଶୋଭାଯାତ୍ରା ରେ ଆସି ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉପସ୍ଥିତିରେ ବିଜେଡି ର

ଆସିକା ଅଧ୍ୟକ୍ଷ ପ୍ରାର୍ଥୀନୀ ବିନେତା ସ୍ୱାଇଁ ଓ ସମସ୍ତ କାଉସିଲର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ନାମାଙ୍କନ ଦାଖଲ କରାଯାଇଛି l