

ଆସିକା,୧୧/୧୨(ଖିରୋଦ ଚନ୍ଦ୍ର ବେହେରା) ; ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କାଳଷଣ୍ଡପୁର ସ୍ଥିତ ଋଷିକୁଲ୍ୟା ନଦୀ ଘାଟରୁ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ୫ଟି ବାଲି ଟ୍ରାକ୍ଟର ଓ ଚାରିମାଇଲି ଛକ ଠାରେ ୩ ଟି ବାଲି ଟ୍ରକ ଜବତ କରାଯାଇଛି । ପ୍ରକାଶ ଥାଉକି ଆସିକାରେ ଋଷିକୁଲ୍ୟା ଓ ବଡନଦୀ ଦୁଇଟିରେ ବହୁ ସ୍ଥାନରେ ଆସିକା ତହସିଲ ପକ୍ଷରୁ ବାଲି ଘାଟ ନିଲାମ କରାଯାଇ ଲକ୍ଷ ଲକ୍ଷ ରାଜସ୍ୱ ଆଦାୟ କରାଯାଉଛି । ଆସିକା ଋଷିକୁଲ୍ୟା ନଦୀର କାଳଷଣ୍ଡପୁର ନଦୀବାଲି ଘାଟ ୫ ବର୍ଷ ଦିର୍ଘ ମିଆଦୀ ସୁତ୍ରରେ ନିଲାମ ପ୍ରଦାନ କରାଯାଇଛି । ଏହି ନିଲାମ ଅବଦ୍ଧି କିଛି ମାସ ହେଲା ସରିସାରିଛି । ଆସିକା ତହସିଲ ବର୍ତମାନ ସୁଦ୍ଧା ଏହି ନଦୀ ଘାଟକୁ ନିଲାମ କରିନାହିଁ । ଏତିକି ବେଳେ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ଓ ଟ୍ରାକ୍ଟର ଦ୍ୱାରା ବାଲି ଚାଲାଣ ହୋଉଛି । କୈାଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଆସିକା ତହିସିଲଦାର ଆଶୁତୋଷ ଗୈାରବ କର,ଆସିକା ଏଏସଆଇ ବିକାଶ ଚନ୍ଦ୍ର ସିଂ,ଏଏସଆଇ ଦାମୋଦର ଦେହୁରୀଙ୍କ ଉପସ୍ଥିତିରେ କାଳଷଣ୍ଡପୁର ନଦୀ ବାଲି ଘାଟ ଠାରେ ଗାଡି ଗୁଡିକୁ ଜବତ କରାଯାଇ ଥାନାରେ ଅଟକି ରଖାଯାଇଥିବା ଜଣାଯାଇଛି । ଅବାଧରେ ବାଲିଘାଟ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେବା । ବର୍ତମାନ ସୁଦ୍ଧା ନିଲାମ ହୋଇନଥିବା,ଋଷିକୁଲ୍ୟା ବ୍ରିଜ ଠାରୁ ୫ଶହ ମିଟର ପର୍ଯ୍ୟନ୍ତ ବାଲି ଖୋଳିବା ପାଇଁ ନିୟମ ଥିବା ବେଳେ ଏହା ଉଲଂଘନ କରିଥିବା ଯୋଗୁଁ ଆଜି ଚୋରା ବାଲି ଗାଡିକୁ ଜବତ କରାଗଲା ବୋଲି ସ୍ଥାନୀୟ ତହିସିଲଦାର ଆମ ପ୍ରତିନିଧିଙ୍କୁ ଜଣାଇବା ସହ ଆଗାମୀ ଦିନରେ ଋଷିକୁଲ୍ୟା ବ୍ରିଜ ନିକଟ ୫ଶହ ମିଟର ପର୍ଯ୍ୟନ୍ତ ନଦୀ ଶର୍ଯ୍ୟାରେ ବାଲି ଚାଲାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଏହା ଅବମାନନା କରିଲେ ଟ୍ରାକ୍ଟର, ଟ୍ରକ, ଜେସିବି ମେସିନକୁ ଜବତ କରି ଦୁଇ ଗୁଣ ଜରିମାନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସିକା ସୁନାମ୍ବ ସାହି ଘାଟ ସହ ଅନ୍ୟସବୁ ନିଲାମ ସ୍ଥାନରେ ହେଉଥିବା ଅଭିଯୋଗ ସମିକ୍ଷା କରି ବାତିଲ କରାଯିବ ବୋଲି ତହସିଲଦାର ଆଲୋଚନା ବେଳେ କହିଥିଲେ ।




