
ହିଞ୍ଜିଳି କାଟୁ, ୦୭/୦୩/୨୨ (ଜିଲ୍ଲା ଖବର ) : ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ଦିନ । ହିଂଜିଳିକାଟୁ ପୌରପରିଷଦରେ ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଆଜି ଦାଖଲ ହୋଇଛି।

ଦଳର ନେତା ଓ କର୍ମୀ ତଥା ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ନିଜ ନିଜ ୱାର୍ଡରୁ ବାହାରି ବିଜୁପଟ୍ଟନାୟକ ଛକ ରେ ପହଂଚି ସମସ୍ତେ ଏକତ୍ରିତ ହୋଇ ବଜାର ପରିକ୍ରମା କରିଥିଲେ।

ଏହି ଶୋଭାଯାତ୍ରାରେ ସ୍ଥାନୀୟ ସମସ୍ତ ବିଜେଡି ନେତା, କର୍ମୀ ଓ ଜନତା ସ୍ବତପ୍ରତ ଭାବେ ଉପସ୍ଥିତ ହୋଇଥିଲେ।

ପରେ ସମସ୍ତ ପ୍ରାର୍ଥୀ ପୌର ପରିଷଦ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ସେଥିମଧ୍ୟରେ ହିଂଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ସୁବାସ ଚନ୍ଦ୍ର ପୋଲେଇ ଏବଂ

ସମସ୍ତ ୨୧ ଟି ୱାର୍ଡରେ ୨୧ ଜଣ କାଉନସିଲର ପାର୍ଥି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।


