Sunday, November 15, 2026
Home ଆଞ୍ଚଳିକ ତିନି ପ୍ରମୁଖ ଦଳ ପକ୍ଷରୁ ଅଧିକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ।

ତିନି ପ୍ରମୁଖ ଦଳ ପକ୍ଷରୁ ଅଧିକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ।

111

ଆସିକା , ୦୭/୦୩/୨୨ (ଜିଲ୍ଲା ଖବର ) : ଆସିକା ପୌରନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ଦିନରେ ତିନି ପ୍ରମୁଖ ଦଳର ଅଧିକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ।

ଶାସକ ଦଳ ବିଜେଡି ପକ୍ଷରୁ ବିନେତା ସ୍ବାଇଁ ।ଭାଜପା ପକ୍ଷରୁ ଡ଼ଃ ଶ୍ୟାମଘନ ବିଶ୍ବାଳ ଏବଂ କଂଗ୍ରେସ ଦଳ ପକ୍ଷରୁ ଉମାକାନ୍ତ ସାହୁ ।
ବିରାଟ ପଟୁଆର ରେ ଦଳ ବଳ ନେଇ ଏନ ଏ ସି କାର୍ଯ୍ୟଳୟକୁ ପହଂଚି ଥିଲେ ।

ସେହି ଭଳି ପ୍ରତ୍ୟେକ ଓ୍ବାର୍ଡ ରୁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ସହ ସ୍ବାଧୀନ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ୧୮ ଗୋଟି ଓ୍ବାର୍ଡ ବିଶିଷ୍ଟ ଏହି ଏନ ଏସି ରେ ମୋଟ ୧୭୨୬୦ ଭୋଟର ଆସନ୍ତା ୨୪ତାରିଖ ରେ ଦିନ ୮୮୭୮ ପୁରୁଷ ଏବଂ ୮୩୮୨ ମହିଳା ଭୋଟରମାନେ ମତ ସାବ୍ୟସ୍ତ କରିବେ ।


ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ବିଶେଷ ମାନେ ପ୍ରଥମ ଥର ପାଇଁ ରାଜନୀତି ରେ ପାଦ ଥାପି ଥିବାରୁ ଦଳ ଉପରେ ନିର୍ଭର କରି ନିର୍ବାଚନ ଲଢିବେ ।

ଅପର ପକ୍ଷେ ଜନତା ଦନାର୍ଦନ ସହର ବିକାଶ ଉନ୍ନତିକୁ ଆଖି ଆଗରେ ରଖି ପ୍ରାର୍ଥୀ ଙ୍କୁ ଭୋଟ ଦେବେ । ଦଳିୟ ପ୍ରାର୍ଥୀ ମାନେ ସହର ସର୍ବାଙ୍ଗୀନ ଉନ୍ନତି ପାଇଁ ନିର୍ବାଚନ ର ଲଢ଼ୁଥିବା ମତ ରଖିଛନ୍ତି ।