Home ଆଞ୍ଚଳିକ ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ସ୍ମାରକୀ ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ,ଉଦ୍ଘାଟନୀ ମ୍ୟାଚ୍ ରେ ସିଂହମର୍ଦ୍ଦନ...

ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ସ୍ମାରକୀ ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ,ଉଦ୍ଘାଟନୀ ମ୍ୟାଚ୍ ରେ ସିଂହମର୍ଦ୍ଦନ ବିଜୟୀ।

106

ବେଲଗୁଣ୍ଠା, ୦୭/୦୩/୨୨ (ଜିଲ୍ଲା ଖବର ) : ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଯୁବ ପ୍ରତିଭା ତଥା କ୍ରୀଡ଼ାବିତ୍ ସ୍ଵର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଲକଷଣ୍ଢା ଠାରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ ଟିମ୍ ଦ୍ୱାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ସ୍ମାରକୀ ସର୍କଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି I

ଏହି ଅବସରରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଉଦ୍ଘାଟକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ବଡ଼ ସାଦରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରା,

କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ ଏବଂ ଶିକ୍ଷକ ପ୍ରଦୀପ ଗୌଡ଼ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ୍ କୁ ଉଦ୍ଘାଟନ କରିବା ସହିତ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I

ଆୟୋଜକଙ୍କ ତରଫରୁ ଅତିଥି ମାନଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ପରେ ସ୍ଵର୍ଗତ ଜଗନ୍ନାଥଙ୍କୁ ଅତିଥି, ଆୟୋଜକ ଏବଂ କ୍ରୀଡ଼ାବିତ୍ ଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଗତବର୍ଷର ଉପ ବିଜେତା ସିଂହମର୍ଦ୍ଦନ ମା କାଳୀ କ୍ରିକେଟ ଟିମ୍ ଏବଂ ନୂଆଁପଲ୍ଲୀ କ୍ରିକେଟ୍ ଟିମ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳା ଯାଇଥିଲା I

ଏହି ମ୍ଯାଚରେ ସିଂହମର୍ଦ୍ଦନ ନୂଆଁପଲ୍ଲୀକୁ ହରାଇ ବିଜୟୀ ହୋଇଥିଲା I ନୂଆଁପଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର୍ ରେ ୭୮ ରନ୍ କରିଥିବା ବେଳେ ଏହାକୁ ପିଛା କରି ସିଂହମର୍ଦ୍ଦନ ବିଜୟୀ ହୋଇଥିଲା I ସେହିପରି ଆଜିର ଦ୍ୱିତୀୟ ମ୍ଯାଚ ବାଲିପଦର ଏବଂ ଦହିମୁଣ୍ଡଳୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାଲିପଦର ଟିମ୍ ବିଜୟ ଲାଭ କରିଥିଲା I

ଟୁର୍ଣ୍ଣାମେଣ୍ଟ୍ ଟି ସ୍ଵର୍ଗତ ଜଗନ୍ନାଥଙ୍କ ବଡ଼ଭାଇ ନାରାୟଣ ନାୟକଙ୍କ ଆବାହନ ଏବଂ ପରିଚାଳନାରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍, ଜଗା କ୍ଲବ୍ ଏବଂ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି I

ସୂଚନା ଥାଉ କି ସ୍ଵର୍ଗତ ଜଗନ୍ନାଥ ଜଣେ ମେଳାପୀ ଏବଂ କ୍ରୀଡା ପ୍ରେମୀ ଛାତ୍ର ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିବା ବେଳେ ଦୁଇ ବର୍ଷ ତଳେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା I

ତେଣୁ ତାଙ୍କରି ସ୍ମୃତିରେ ପ୍ରତିବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବାକୁ ବଡ଼ ଭାଇ ନାରାୟଣ ଏବଂ ଗ୍ରାମବାସୀ ନିଷ୍ପତି ନେଇଥିଲେ I

ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ ଟି ସ୍ୱର୍ଗତ ଜଗନ୍ନାଥଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଏବଂ ଏହା ଆଗାମୀ ବର୍ଷ ମାନଙ୍କରେ ସଫଳତାର ସହ ସମ୍ପାଦନ ହେଉ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ I