
ବ୍ରହ୍ମପୁର , ୦୭/୦୩/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ପ୍ରଥମ ଇଭେଣ୍ଟ ପୁରୁଷ ବର୍ଗର ୧୦୦୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ଇଭେନ୍ଟରେ ୧୦ ପ୍ରତିଯୋଗୀ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରଶ୍ମିରଂଜନ ନାୟକ ପ୍ରଥମ ସ୍ଥାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଇ କିରଣ ସାହୁ ଦ୍ଵିତୀୟ ସ୍ଥାନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଭୀମସେନ ଜଙ୍କ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ପୁରୁଷ ବର୍ଗ ର ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସମୁଦାୟ ୮ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ଵବିଦ୍ୟାଳୟର ଯୁଗାନ୍ତର ମହାନ୍ତି ପ୍ରଥମ ସ୍ଥାନ , ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଶୁତୋଷ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଏବଂ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟର ରାଉତ ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ମହିଳା ବର୍ଗ ର ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସମୁଦାୟ ୭ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ଵବିଦ୍ୟାଳୟର ଦୀପାଳି ମହାପାତ୍ର ପ୍ରଥମ ସ୍ଥାନ , ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟର ସୁଖୀ ବାସ୍କେ ଦ୍ଵିତୀୟ ସ୍ଥାନ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଜାରି ରହିଥିବା ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ହାମର ଥ୍ରୋ (ପୁରୁଷ ବର୍ଗ) ରେ ୧୦ ଜଣ ଭାଗ ନେଇଥିଲେ l ଏହି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ୟୋତିପ୍ରକାଶ ନାୟକ ପ୍ରଥମ ସ୍ଥାନ,ସମ୍ବଲପୁର ବିଶ୍ୱବିଦ୍ୟାଳୟର ହରି ବେହେରା ଦ୍ଵିତୀୟ ସ୍ଥାନ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚନ୍ଦନ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l
ଜାରି ରହିଥିବା ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଜାଭେଲିନ୍ ଥ୍ରୋ (ମହିଳା ବର୍ଗ) ରେ ୯ ଜଣ ଭାଗ ନେଇଥିଲେ l

ଏହିପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଧନମତି ଜେସ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାରି ହନଜରୀଆ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଫୁଲବାସିନୀ ରୋହୀ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍ଜାପାନୀ ଉତ୍ସବରେ ପୁରସ୍କୃତ କରାଯିବ l

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଟ୍ରିପଲ୍ ଜମ୍ପ (ପୁରୁଷ ବର୍ଗ) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୮ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ l ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଜାସବୀର ନାୟକ , ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଶୁକଦେବ ମହାନ୍ତି ଓ କୋରାପୁଟ ବିଶ୍ୱବିଦ୍ୟାଳୟର ଆର୍ତତ୍ରାଣ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ l

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ମହିଳା ବର୍ଗ ର ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସମୁଦାୟ ୮ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ଵବିଦ୍ୟାଳୟର ଦୀପାଳି ମହାପାତ୍ର ପ୍ରଥମ ସ୍ଥାନ , ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟର ସୁଖୀ ବାସ୍କେ ଦ୍ଵିତୀୟ ସ୍ଥାନ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର ର ପ୍ରଭାବତୀ ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିନରେ ରେ ୨୦୦ ମିଟର(ପୁରୁଷ ବର୍ଗ)ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମୁଦାୟ ୮ ଜଣ ଭାଗ ନେଇଥିଲେ l ତେବେ ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସାହିଲ କିରୁ ପ୍ରଥମ ସ୍ଥାନ, ରଭେନ୍ସା ବିଶ୍ୱବିଦ୍ୟାଳୟର ଆଶୁତୋଷ ଖୁଣ୍ଟିଆ ଦ୍ଵିତୀୟ ସ୍ଥାନ ଏବଂ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟ, ବାରିପଦାର ଲୋକନାଥ ହେମ୍ବ୍ରମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଜାଭେଲିନ୍ ଥ୍ରୋ (ପୁରୁଷ ବର୍ଗ) ରେ ୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ l ଏହିପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀପଙ୍କର ବେହେରା ପ୍ରଥମ ସ୍ଥାନ , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଦ୍ୟୁମ୍ନ କୁମାର ସାହୁ ଦ୍ଵିତୀୟ ସ୍ଥାନ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଅନିର୍ବାଣ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l



