
ହିଞ୍ଜିଳିକାଟୁ , ୦୬/୦୩/୨୨ (ଜିଲ୍ଲା ଖବର ) : ହିଞ୍ଜିଳି ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅଂଶୁପା ସାହୁ ,ହିଞ୍ଜିଳି ପୋଲିସ ,ଚାଇଲଡ଼ ଲାଇନର କର୍ମକର୍ତ୍ତା ଏବଂ ରଂଗୁଣିପଲ୍ଲୀ ଗ୍ରାମର ସଭାପତି ଏବଂ ସରପଞ୍ଚଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ସଫଳ ହୋଇଛି।

ସୂଚନା ପ୍ରକାରେ ଶ୍ରୀ ରାମ ନାଇକଙ୍କ ତୃତୀୟ ପୁତ୍ର ଅମୂଲ୍ୟ ନାଇକ ବୟସ(୧୭) ବିବାହ କରିବାପାଇଁ ସାନଖେମୁଣ୍ଡି ବ୍ଲକର ପ୍ରତାଗିରି ପେଣ୍ଠର ଶ୍ରୀ ଲିଙ୍ଗରାଜ ନାୟକ ଓ ଯାଜ୍ଞସେନି ନାଇକଙ୍କ ଝିଅ ଲିଲିପା ନାଇକଙ୍କୁ ବିବାହ ଆୟୋଜନ ହେବାକୁ ଯାଉଥିଲା।

ଏହି ବିବାହରେ ବର ଅମୂଲ୍ୟ ନାଇକର ବୟସ ମାତ୍ର ୧୭ବର୍ଷ ୧୧ମାସ ହୋଇଥିବାବେଳେ ଲିଲିପା ନାଇକଙ୍କ ବୟସ ୧୯ବର୍ଷ ୩ମାସ ହୋଇଛି।

ଉକ୍ତ ଘଟଣାକୁ କେନ୍ଦ୍ରକରି ହିଞ୍ଜିଳି ସି ଡି ପି ଓ ଅଂଶୁପା ସାହୁ ଏବଂ ସାନଖେମୁଣ୍ଡି ସି ଡ଼ି ପି ଓ ଅର୍ଚନା କହଁର ,ହିଞ୍ଜିଳି ପୋଲିସ ହିଞ୍ଜିଳି ଅଙ୍ଗନବାଡ଼ି ସୁପ୍ରଭାଇଜର,ଚାଇଲଡ଼ ହେଲ୍ପ ଲାଇନ ଓ ଅଞ୍ଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଉପସ୍ଥିତ ରହି ଉକ୍ତ ବାଲ୍ୟ ବିବାହକୁ ରୋକିବାରେ ସଫଳ ହୋଇଥିଲେ।

ଏବଂ ବାଲ୍ୟ ବିବାହକୁ ରୋକିବାସହ ବର ପୁଅ ଅମୂଲ୍ୟ ନାଇକଙ୍କୁ ଚାଇଲଡ଼ ହେଲ୍ପ ଲାଇନ ସେଣ୍ଟର କୁ ହସ୍ତାନ୍ତର କରାଯାଇଛି।



