
ଭଞ୍ଜନଗର , ୦୬/୦୩/୨୨ (ଜିଲ୍ଲା ଖବର ) : ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ରାତ୍ର ୯ ଘଣ୍ଟ ସମୟରେ ରେ ଏକ ବୋଲେର ଓ ପିକ ଅଫ ଭ୍ୟାନ ମୁଁହା ମୁହିଁ ଧକା ହୋଇଛି।

ବୋଲେର ଟି କିଛି ଯାତ୍ରୀ ଙ୍କୁ ନେଇ ଭଞ୍ଜନଗର ରୁ ଉଦୟଗିରି ଅଭିମୁଖେ ଯାଉଥିବା ସମୟରେ ପିକଅଫ ଭ୍ୟାନ ଟି ଫୁଲବାଣୀ ରୁ ଭଞ୍ଜନଗର ଅଭିମୁଖେ ଆସୁଥିଲା।

କଳିଙ୍ଗା ଘାଟି ଖସିବା ପରେ ଦୁର୍ଗା ପ୍ରସାଦ ନିକଟରେ ଉଭୟ ଗାଡି ମୁଁହା ମୁହିଁ ଧକା ହୋଇଛନ୍ତି।

ଏଥିରେ ବୋଲେର ରେ ବସିଥିବା ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ଦୁର୍ଘଟଣା ଘଟିବା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଏହା ଦେଖି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ଘଟଣା ସ୍ଥଳରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗାଡି ଓ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନା ଭର୍ତ୍ତି କରିଛନ୍ତି।

ସେଥି ମଧ୍ୟରୁ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।



