
ବୁଗୁଡା , ୦୬/୦୩/୨୨ (ଜିଲ୍ଲା ଖବର ) : ରାଜ୍ୟରେ ହେଉଥିବା ପୌରପାଳିକା ନିର୍ବାଚନ ପାଇଁ ଆଜି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଏନ୍ଏସି ପାଇଁ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ
ଜିଲ୍ଲା ସଭାପତି ରମେଶ ଜେନାଙ୍କ ନିର୍ଦ୍ଦେଶକ୍ରମେ ନଗର ସଭାପତି ଦୁର୍ଗାମାଧବ ପଣ୍ଡାଙ୍କ ବୁଗୁଡ଼ାସ୍ଥିତ ନିଜ କାର୍ଯ୍ୟାଳୟରେ ପୂର୍ବତନ କାଉନସିଲର ସିମାଞ୍ଚଳ ଖଟାଇଙ୍କୁ ମନୋନୀତ କରାଯାଇଛି।

ଶ୍ରୀଯୁକ୍ତ ଖଟାଇ ସେ ଜଣେ ଛାତ୍ର ଜୀବନରୁ ହିଁ ରାଜନୀତିରେ ଅଂଶଗ୍ରହଣ କରି ବୁଗୁଡ଼ା ଏନ୍ଏସି ର ଜାତୀୟ କଂଗ୍ରେସ ଦଳର

କାଉନସିଲର ଭାବେ ବିଜୟୀ ଲାଭ କରିଥିଲେ ମଧ୍ୟ ପାଞ୍ଚବର୍ଷ କାର୍ଯ୍ୟକାଳ ନ ପୁରୁଣୁ କିଛି ତିକ୍ତତା ହୋଇ କଂଗ୍ରେସ ଦଳ ଛାଡ଼ି ବିଜେଡିକୁ ଚାଲିଯାଇଥିଲେ ।

କିନ୍ତୁ ପୁନର୍ବାର ଶ୍ରୀଯୁକ୍ତ ଖଟେଇ ସ୍ବଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ଦଳ ତାଙ୍କୁ ହିଁ ପ୍ରାର୍ଥୀ ରୂପେ ଚୟନକରି ନିର୍ବାଚନ ରଣାଙ୍ଗନରେ ବିଜୟୀ ହେବା ଆଶା ରଖିଛି । ଆସନ୍ତା କାଲି ନାମାଙ୍କନପତ୍ର ଦାଖଲ କରିବେ ବୋଲି ପ୍ରକାଶ କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା



