
ବୁଗୁଡା , ୦୫/୦୩/୨୨ (ଜିଲ୍ଲା ଖବର ) : ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ପ୍ରକ୍ରିୟା ଯୋରସୋର ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସି ପାଇଁ ମଧ୍ଯ ତତ୍ପରତା ପ୍ରକାଶ ପାଇଛି।

ଆଜି ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ବିଜେପିର ଏକ ବୈଠକ ଅପରାହ୍ନରେ ନଗର ସଭାପତି ସୁର୍ଯ୍ୟ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନଗରପାଳ ପ୍ରାର୍ଥୀ ରୂପେ ପ୍ରତାପ ନାୟକଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିବା ବେଳେ ବୁଗୁଡ଼ା ସହରର
ସମସ୍ତ ଓ୍ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ନାମ ମଧ୍ଯ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି ବୋଲି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ଉପାଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ,ରାଧାମାଧବ ପରିଡା, ଗଙ୍ଗାଧର ନାୟକ,ଗୌରହରି ପ୍ରଧାନ,ଲକ୍ଷ୍ମଣ ମହାରଣା ପ୍ରମୁଖ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର ।


