
ହିଞ୍ଜିଳିକାଟୁ , ୦୫/୦୩/୨୨ (ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ସହର ରେ ଥିବା ନିର୍ତ୍ୟମ ଅନୁଷ୍ଠାନ ର
ଚଳଚ୍ଚିତ୍ର ନିର୍ଦେଶକ କ୍ରୀଷ୍ଣା ଡିକେ ବିଭିନ୍ନ ସମୟରେ କ୍ଷୁଦ୍ର ଚଳଚ୍ଚିତ୍ର

ଓ ବିଭନ୍ନ ପ୍ରକାର ଚିତ୍ର ଆଙ୍କି ଚର୍ଚ୍ଚା ରେ ଥିବା ବେଳେ ଆଜି ଓଡିଶା ର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୦୬ତମ ଜନ୍ମ ଜୟନ୍ତୀ ଅବସର ରେ

୨୦୦ ଗ୍ରାମ ଶାଗୁ ରେ ବିଜୁ ପଟ୍ଟନାୟକ ଙ୍କ ଚିତ୍ର ଆଙ୍କି ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ।

ପୂର୍ବ ଚଳଚ୍ଚିତ୍ର ନିର୍ଦେଶକ କ୍ରୀଷ୍ଣା ଡିକେ ଲତା ମଙ୍ଗେସକର ଙ୍କ ସୋରିଷ ରେ

ଚିତ୍ର ଆଙ୍କି ଚର୍ଚ୍ଚା ଥିବା ବେଳେ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ରେ ଶାଗୁରେ ଚିତ୍ର ଆଙ୍କି ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ।

ପୂର୍ବ ସେ ବହୁ କ୍ଷୁଦ୍ର ଚଳଚ୍ଚିତ୍ର କରି ବହୁ ଜାତୀୟ ଅର୍ନ୍ତଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।


