
ବ୍ରହ୍ମପୁର , ୦୫/୦୩/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ଵିତୀୟ ଦିନରେ ପ୍ରଥମ ଇଭେଣ୍ଟ ପୁରୁଷ ବର୍ଗର ୫000 ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରଶ୍ମିରଂଜନ ନାୟକ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାଇ କିରଣ ସାହୁ ଏବଂ ତୃତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଭୀମସେନ ଜଙ୍କ ଅଧିକାର କରିଛନ୍ତି l ଜାରି ରହିଥିବା ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଦ୍ଵିତୀୟ ଦିନରେ ଡିସ୍କସ୍ ଥ୍ରୋ (ମହିଳା ବର୍ଗ) ରେ ୮ ଜଣ ଭାଗ ନେଇଥିଲେ l

ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅର୍ପିତା ପରିଡ଼ା ପ୍ରଥମ ସ୍ଥାନ, ରମାଦେବୀ ବିଶ୍ୱବିଦ୍ୟାଳୟର ଲଷ୍ମୀପ୍ରିୟା ହାଁସଦା ଦ୍ଵିତୀୟ ସ୍ଥାନ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାରୀ ହାଜରୀଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଅlନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଉଚ୍ଚ ଡିଆଁ (ପୁରୁଷ ବର୍ଗ) ରେ ୧୨ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ୱାଧୀନ କୁମାର ମାଝି ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ନିଖିଳ କୁମାର ଦାସ ଦ୍ଵିତୀୟ ସ୍ଥାନ ଏବଂ ଏମ.ଏସ.ସି.ବି.ଡ଼ି. ବିଶ୍ୱବିଦ୍ୟାଳୟର ସ୍ୱରୂପ କୁମାର ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

୨ ମିଟର ଉଚ୍ଚତା ଡେଇଁ ନୂଆ ରେକର୍ଡ କରିଛନ୍ତି ସ୍ୱାଧୀନ କୁମାର ମାଝି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ବର୍ଗର ୮00 ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଥମ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଧୀରେଶ ପ୍ରଧାନ ଏବଂ ତୃତୀୟ ସ୍ଥାନ ଏଫ.ଏମ. ବିଶ୍ୱବିଦ୍ୟାଳୟର ଜ୍ୟୋତି ରଞ୍ଜନ ବଳ ଅଧିକାର କରିଛନ୍ତି l
ଜାରି ରହିଥିବା ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଦ୍ଵିତୀୟ ଦିନରେ ଡିସ୍କସ୍ ଥ୍ରୋ (ପୁରୁଷ ବର୍ଗ) ରେ ୧୦ ଜଣ ଭାଗ ନେଇଥିଲେ l

ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ହରି ବେହେରା ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ଜ୍ୟୋତିପ୍ରକାଶ ନାୟକ ଦ୍ଵିତୀୟ ସ୍ଥାନ ଏବଂ ରେଭେନ୍ଶା ବିଶ୍ୱବିଦ୍ୟାଳୟର ରାଜବିର ସିଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ପୁରୁଷ ବର୍ଗ ର ୪00 ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସମୁଦାୟ ୮ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସାହିଲ କିରୁ ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ ଦ୍ଵିତୀୟ ସ୍ଥାନ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଶୁତୋଷ ଖୁଣ୍ଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ବର୍ଗର ଉଚ୍ଚ ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୋନିକା କୁଜୁର୍ ପ୍ରଥମ, ଉତ୍କଳ ବିଶ୍ୱବିଦ୍ୟାଳୟର ବିନତୀ ବେହେରା ଦ୍ଵିତୀୟ ଏବଂ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟର ନିରୁପମା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ମହିଳା ବର୍ଗ ର ୮00 ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସମୁଦାୟ ୧୨ ଜଣ ଭାଗ ନେଇଥିଲେ l

ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମିତା ପ୍ରଧାନ, ଦ୍ଵିତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବବିତା ସାନ୍ତା ଏବଂ ତୃତୀୟ ସ୍ଥାନ ଏମ.ଏସ.ସି.ବି.ଡି ବିଶ୍ୱବିଦ୍ୟାଳୟ, ବାରିପଦାର ମିଲି ମାଝୀ ଅଧିକାର କରିଛନ୍ତି l ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଅପରାହ୍ନରେ ଆୟୋଜିତ ହୋଇଯାଇଥିବା ୪00 ମିଟର ଦୌଡ଼ ପ୍ରତିଯୋଗିତା(ମହିଳା ବର୍ଗ) ରେ ୮ ଜଣ ଭାଗ ନେଇଥିଲେ l ତେବେ ଏହି ପ୍ରତିଯୋଗିତାରେ ଏମ.ଏସ.ସି.ବି.ଡି. ବିଶ୍ୱବିଦ୍ୟାଳୟ, ବାରିପଦା ର ସୁଖୀ ବାସ୍କି ପ୍ରଥମ ସ୍ଥାନ, ଉତ୍କଳ ବିଶ୍ୱବିଦ୍ୟାଳୟର ବିନତୀ ବେହେରା ଦ୍ଵିତୀୟ ସ୍ଥାନ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନମିତା ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l



