
ଧରାକୋଟ , ୦୪/୦୩/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସରାଵ ଗ୍ରାମରେ କ୍ଷେତପୋଖରୀ ଖନନ ରେ ହେରଫେର ହୋଇଥିବା ଅଭିଯୋଗ।

ଗ୍ରାମର ହରି ଗୌଡ଼ ନାମରେ ଆସିଥିବା କ୍ଷେତପୋଖରୀଟି ତାଙ୍କ ସାନ ଭାଇ ଭୀମସେନ ଗୌଡ଼ ଭୂମିରେ ଖୋଲା ଯାଇଥିବା ଅଭିଯୋଗ ହୋଇଥିଲା ।

ତାହାକୁ ଆଧାର କରି ଗଂଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ସ୍ଥିତ ମୃତ୍ତିକା ସରକ୍ଷଣ ବିଭାଗର ମୁଖ୍ୟ ଅଧିକାରୀ ସରଧାପୁର

ପଞ୍ଚାୟତର PEO ସମେତ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ପ୍ରକାରେ ପୋଖରୀଟି କାହାର ଜାଗାରେ ଖୋଲା ଯାଇଛି ତାହା ଅନୁଧ୍ୟାନ କରି ଯାଇଥିବା ସୂଚନା ମିଳିଛି ।

ହେଲେ ଧରାକୋଟ ଅଞ୍ଚଳରେ କୃଷକମାନଙ୍କ କୃଷି କାଯ୍ୟ ରେ ଜଳସେଚନ ପାଇଁ ସରକାର ଙ୍କ ତରଫରୁ ଦିଆ ଯାଉଥିବା ଏହି କ୍ଷେତ ପୋଖରୀ ଖନନ ନେଇ ପୁର୍ବରୁ ଅନ୍ୟ ଅଞ୍ଚଳରେ ମଧ୍ୟ ଅଭିଯୋଗ ଅଶିଥିଲା।

ତେଣୁ ଏହା ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଅବଶ୍ୟ।



