
ଆସିକା , ୦୪/୦୩/୨୨ (ଜିଲ୍ଲା ଖବର ) : ଟାଟା ପାୱାର ଦକ୍ଷିଣାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀର ଆସିକା ଅଞ୍ଚଳ ଭିଜିଲାନ୍ସ ବିଭାଗର ନିର୍ବାହୀଯନ୍ତ୍ରୀ ଇ.ଏନ. ଭି .ରାମଦାସ ଙ୍କୁ ଆସିକା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଦ୍ୟୁତ ଚୋରି ଏବଂ ଏଥି ସମ୍ୱନ୍ଧୀୟ ମାମଲାର ଫାଇନ ଟଙ୍କା ୬ଲକ୍ଷ ୩୦ହଜାର ୭୪୪ଟଙ୍କା କୁ ରାମଦାସ ବିଭାଗୀୟ ବ୍ୟାଙ୍କ ଏକାଉଣ୍ଟରେ ଜମା ନକରି ଟଙ୍କା ହଡପ କରିଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା।ବିଭାଗର ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ ର ମୁଖ୍ୟ ସେଳେନ୍ଦ୍ର ସିଂ ଙ୍କ ଏତାଲାକ୍ରମେ ଆସିକା ଥାନା କେଶ ନଂ ୧୧୬/୨୨ ପ୍ରକାରେ ଏ ଇ.ରାମଦାସ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ସାହୁ।



