Saturday, October 10, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ।

ଗୁଣପୁର ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ।

86

ଗୁଣୁପୁର , ୦୪/୦୩/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟରେ ଏକ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ଆଜି ଦିନ ୧୧ ଘଣ୍ଟିକା ସମୟରେ ରେ ଅନୁଷ୍ଠିତ ହୋଇଯାଇଛି |

ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବାମଦେବ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗାନ୍ଧୀ ଯାନ୍ତ୍ରୀଙ୍କ ବିଶ୍ଵବିଦ୍ୟାଳୟର ପ୍ରଫେସର ଶ୍ରୀ ଜ୍ୟୋତିର୍ମୟ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କର ବୃତ୍ତି ପ୍ରାପ୍ତି ଜନିତ ଉପଯୁକ୍ତ ମାର୍ଗ ପ୍ରଦର୍ଶନ ସହିତ ଭାଷାଗତ ଦକ୍ଷତାର ବିକାଶ ପାଇଁ ପ୍ରେରଣା ପ୍ରଦାନ କରିଥିଲେ |

ଅନ୍ୟତମ ବକ୍ତା ଭାବେ ଏ ଚ଼.ଡ଼ି.ଏଫ.ସି ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀଯୁକ୍ତ ମ୍ୟୁତ୍ୟୁଞୟ ମହାପାତ୍ର ଯୋଗ ଦେଇ ବ୍ୟାଙ୍କ ମାନଙ୍କରେ ଚାକିରି ପାଇବା ପାଇଁ ବିଭିନ୍ନ ଦକ୍ଷତା ଉପରେ ଆଲୋକପାତ କରିଥିଲେ | ମୁଖ୍ୟବକ୍ତା ଭାବେ ଗୁଣପୁର ଏସ୍.ବି.ଆଇ ର ସହ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡ଼ଙ୍ଗୀ ଯୋଗଦେଇ ଉତ୍ସାହ ,ସଂକଳ୍ପ ଓ ସଫଳତା ଉପରେ ଗୁରୁତ୍ଵ ଆରୋପ କରିଥିଲେ| ବ୍ୟକ୍ତିତ୍ବ ବିକାଶ ର ବିଭିନ୍ନ ସୋପାନ ସଂପର୍କରେ ଅବଧାରଣା ପ୍ରଦାନ କରିଥିଲେ |

କର୍ତ୍ତବ୍ୟ ସଚେତନତା ସଂପର୍କରେ ମଧ୍ୟ ସ୍ଥିର ସୁନିଶ୍ଚିତ ମତାମତ ପ୍ରଦାନ କରିଥିଲେ | କ୍ଷେତ୍ର ଅଧିକାରୀ କେ.ରାଜକୁମାର ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ | ଅଧ୍ୟାପକ ଶ୍ରୀ ଜଗନ୍ନାଥ ଦୀପ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ |

ଅଧ୍ୟାପିକା ଦେବିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମଞ୍ଚ ପରିଚାଳନା କରିଥିଲେ | ଅଧ୍ୟାପକ ସତ୍ୟବାନ ଗରଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ | ବିଶ୍ଵବ୍ୟାଙ୍କ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହାର ସଂଯୋଜକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ। ଶ୍ରୀକାନ୍ତ, ନିଖିଲ,ଆଦିତ୍ୟ,ସୁଭାଷିସ, ଗଗନ, ଉପେନ୍ଦ୍ର,ଲିପିକା, ଅଞ୍ଜନା,ଶିରିଶା, ଦୀପ୍ତି ଓ ଅନ୍ୟ ଶହେରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ |