ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ସଟ୍ ପୁଟ୍(ପୁରୁଷ ବର୍ଗ) ରେ ୧0 ଜଣ ଭାଗ ନେଇଥିଲେ l

157

୦୪/୦୩/୨୨ (ଜିଲ୍ଲା ଖବର ) : ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ସଟ୍ ପୁଟ୍(ପୁରୁଷ ବର୍ଗ) ରେ ୧0 ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ହରି ବେହେରା, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଚିରଞ୍ଜୀବ ସିଂ ଏବଂ ତୃତୀୟ ସ୍ଥାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜବୀର ସିଂ ଅଧିକାର କରିଛନ୍ତି l


ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼ାକୁଦ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି l ପ୍ରଥମ ଇଭେଣ୍ଟ ରେ ୧୫00 ମିଟର (ପୁରୁଷ ବର୍ଗ) ଦୌଡ଼ ପ୍ରତିଯୋଗିତା ରହିଥିଲା l ଏଥିରେ ୧0 ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ରଶ୍ମିରଂଜନ ନାୟକ, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ଦିଲ୍ଲୀପ ନାୟକ ଓ ତୃତୀୟ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଧୀରେନ୍ଦ୍ର ପ୍ରଧାନ ଅଳଙ୍କୃତ କରିଛନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ଉଦ୍ଜାପାନୀ ଉତ୍ସବରେ ପୁରସ୍କୃତ କରାଯିବ l
ବ୍ରହ୍ମପୁର ବିଶ୍ୱବିଦ୍ୟାଳ ଷ୍ଟାଡିଅମରେ ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l

ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ବ୍ରିଗେଡିୟର ମନୀଷ ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଗୋବିନ୍ଦ ଜେ. ଚକ୍ରପାଣି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ l ସଭାର ଆରମ୍ଭରେ ଏମ.ବି.ଏ ବିଭାଗର ପ୍ରଫେସର ନିହାର ରଞ୍ଜନ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ ର ସମ୍ପାଦକ ଡଃ ଶେଷଦେବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବ୍ରହ୍ମପୁର ସ୍ଥିତ ଦ୍ଵିତୀୟ ବାଟାଲିୟନର ସୈନିକ ମାନଙ୍କ ସହିତ ଉପସ୍ଥିତ ଚଉଦଟି ବିଶ୍ୱବିଦ୍ୟାଳୟର ପ୍ରତିଯୋଗୀ ମାନେ ସାରେ ଯାହାଁସେ ଆଛା ଓ ବନ୍ଦେ ମା’ ତରଂ ଧୁନ୍ ରେ ପ୍ୟାରେଡ ପରିବେଷଣ କରିଥିଲେ l


ଏହାପରେ ଅତିଥି ମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ମଶାଲ ପ୍ରତିଷ୍ଠା କରାଯାଇଥିଲା lକୁଳପତି ଗୋବିନ୍ଦ ଜେ.ଚକ୍ରପାଣି କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ମହାନ ଚରିତ୍ର ଗଠନରେ କ୍ରୀଡ଼ାର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ଶାଶ୍ୱତ ମିଶ୍ର ନିଜ ବକ୍ତବ୍ୟରେ ପାଠ ପଢ଼ିବା ସହିତ ଅତିରିକ୍ତ କାର୍ଯ୍ୟକଳାପ ରେ ନିଜକୁ ନିୟୋଜିତ କରି ସୁସ୍ଥ ରହିବାପାଇଁ ପରାମର୍ଶ ଦେଇଥିଲେ l ଏହାପରେ ପ୍ରତିଯୋଗୀ ମାନେ ଶପଥ ପାଠ କରିଥିଲେ l


ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଲମ୍ବ ଡିଆଁ (ପୁରୁଷ ବର୍ଗ) ରେ ୧୩ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଶିଷ ବେହେରା, ଦ୍ଵିତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ପଟ୍ଟନାୟକ ଏବଂ ତୃତୀୟ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯଶବୀର ନାୟକ ଅଧିକାର କରିଛନ୍ତି l


ଓଡ଼ିଶା ଅନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଲମ୍ବ ଡିଆଁ (ମହିଳା ବର୍ଗ) ରେ ୧୧ ଜଣ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲ, ଦ୍ଵିତୀୟ ସ୍ଥାନ ରମାଦେବୀ ବିଶ୍ୱବିଦ୍ୟାଳୟର ଆରାଧନା ଗୁପ୍ତା ଏବଂ ତୃତୀୟ ସ୍ଥାନ ଉତ୍କଳ ବିଶ୍ୱବିଦ୍ୟାଳୟର ରୋଜି ମଲ୍ଲିକ ଅଧିକାର କରିଛନ୍ତି l