
ଶେରଗଡ଼ , ୦୪/୦୩/୨୨ (ଜିଲ୍ଲା ଖବର ) : ଆଜି ଧବଳପୂର ଗ୍ରାମର OD07J-9689 ନମ୍ବର ର ଟ୍ରାକ୍ଟର ବାଲି ବୋଝେଇ କରି ଆସ୍କା ପଟୁ ଶେରଗଡ଼ ଅଭିମୁଖେ ଆସୁଥିବା ବେଳେ ଶେରଗଡ଼ ରେ ନିର୍ମାଣ

ଚାଲିଥିବା ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ପାର୍ଶ୍ଵ ରେ ଯାଉଥିବା ସାଇକଲ ଆରୋହୀ ତାକରଦା ଗ୍ରାମର ସନିଆ ବେହେରା ଙ୍କୁ ଧକା ଦେଇ ଓଲଟି ପଡ଼ିଥିଲା।

ଆହତ ସନିଆ ଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି।

ଘଟଣା ସ୍ଥଳରେ ଶେରଗଡ଼ ପୋଲିସ୍ ପହଞ୍ଚି ଟ୍ରାକ୍ଟର କୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ ଙ୍କ ରିିପୋର୍ଟ ଜିଲ୍ଲା ଖବର ।



