Home ଆଞ୍ଚଳିକ ୟୁରୋପର ସବୁଠୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷିଆର ଆକ୍ରମଣ |

ୟୁରୋପର ସବୁଠୁ ବଡ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷିଆର ଆକ୍ରମଣ |

102

୦୪/୦୩/୨୨ (ଜିଲ୍ଲା ଖବର ) : ୯ ଦିନର ଯୁଦ୍ଧରେ ଅକଥନୀୟ କ୍ଷତି ସହିଲାଣି ୟୁକ୍ରେନ । କିଭ୍ ଓ ଖାରକିଭ୍ ଛାରଖାର ହେବାକୁ ବସିଲାଣି । ସେପଟେ ଯୁଦ୍ଧ ବନ୍ଦ ପାଇଁ ଆମନା ସାମନା କଥାବାର୍ତ୍ତା ହେବାକୁ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଅନ୍ୟପଟେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି ରୁଷ୍ । ୟୁରୋପର ଏହା ସବୁଠାରୁ ବଡ ନ୍ୟକ୍ଲିୟର ପ୍ଲାଣ୍ଟ । ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ଅପିଲ୍ କରିଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଯଦି ବିସ୍ଫୋରଣ ହୁଏ ତେବେ ଚେର୍ଣ୍ଣୋବିଲର ଏହା ୧୦ ଗୁଣ ହେବ ବୋଲି ସେ ସତର୍କ କରାଇଛନ୍ତି ।