
ଶେରଗଡ଼ , ୦୩/୦୩/୨୨ (ଜିଲ୍ଲା ଖବର ) : ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ମାର୍ଚ୍ଚ ୫ ତାରିଖ ରେ ୧୦୬ ତମ ଜନ୍ମ ଜୟନ୍ତୀ | ଯାହାକୁ ନେଇ ସାରା ରାଜ୍ୟ ରେ ମାର୍ଚ୍ଚ ୫ ତାରିଖରେ ପ୍ରତି ନିର୍ବାଚନ ମଣ୍ଡଳୀ ରେ ଗତ ଇ ଦଶନ୍ଧି ଧରି ଓଡ଼ିଶାରେ ହୋଇଥିବା

ବିକାଶ ମୂଳକ ଯୋଜନାର ମହିଳା ସଶକ୍ତି କରଣ ଠାରୁ ସବୁ ପ୍ରକାର ବିଷୟରେ ଆଲୋକ ପାତ କରାଯିବ |

ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାକ ବଙ୍ଗଳା ଠାରେ ଆଜି ବିଜୁ ଜନତା ଦଳର ସମସ୍ତ ନୂତନ ସରପଞ୍ଚ ଏବଂ ସମିତି ମେମ୍ବର ନିଜର ପରିଚୟ ପ୍ରଦାନ କରି ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲା |

ଶେରଗଡ଼ ବ୍ଲକ ସଭାପତି ଶରତ ପାତ୍ର, ବ୍ଲକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ହୀନ ବେହେରା, ଉଦୟ ପ୍ରଧାନ, ଦିଗାମ୍ବର ନାହାକ ପ୍ରମୁଖ ଉପସ୍ଥିତ ଥିଲେ |


