
ଗୁଣପୁର,୩/୦୩/(ଜିଲ୍ଲା ଖବର) : ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ। ଅବସର ପ୍ରାପ୍ତ ଶିକ୍ଷକଙ୍କ ତ୍ଯାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ। ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଗିରଫ କରିଛି କୋରାପୁଟ ଭିଜିଲାନ୍ସ ଟିମ। ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ରଙ୍କ ଠାରୁ ପେନସନ କାମ ପାଇଁ ନେଉଥିଲେ ଲାଞ୍ଚ। ଅର୍ଥାତ୍ ଆଜି ଦିନ ଅପରାହ୍ନରେ ଶ୍ରୀ ଅନ୍ତର୍ଯ୍ୟାମୀ ବେହେରା ମହାପାତ୍ର ଙ୍କୁ ନିଜ ଘରକୁ ଡ଼କାଇଥିଲେ ବ୍ଲକ ଶିକ୍ଷା ଠିକ ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଭିଜିଲାନ୍ସ ଅଫିସର ବେହେରାଙ୍କ ବାସଭବନରେ ଛାପା ମାରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଙ୍କ ଠାରୁ ୧୦,୦୦ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ବକେୟା ଦେୟ ବିଚାରାଧୀନ ଅଛି ଏବଂ ପେନ୍ସନ୍ ଚୂଡ଼ାନ୍ତ ପାଇଁ ଓ ସେବା ବୁକ୍ ଦାଖଲ ନିମନ୍ତେ ଲାଞ୍ଚ ମାଗିଥିଲେ |ସମଗ୍ର ଲାଞ୍ଚ ଟଙ୍କା ଶ୍ରୀ ବେହେରା ନିକଟରୁ ଉଦ୍ଧାର କରାଯାଇ ଜବତ କରାଯାଇଛି।
ଏହି ସଂଯୋଗରେ କୋରାପୁଟ ଭିଜିଲାନ୍ସ P.S କେସ୍ ନମ୍ବର 04/2022 ରେଜିଷ୍ଟ୍ରେସନ୍ ହୋଇଛି |ଶ୍ରୀ ବେହେରାଙ୍କ ବିରୋଧରେ ତଦନ୍ତ ଚାଲିଛି। ରେପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି


