
ବ୍ରହ୍ମପୁର , ୦୩/୦୩/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ଲୋଚାପଡା ନିକଟସ୍ଥ ଶକ୍ତି ନଗର ୭ମ ଗଳିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଘଟଣାରୁ ପ୍ରକାଶ ଏକ ନାଗ ସାପ କୌଣସି ଏକ ଦୁର୍ଘଟଣାର ଶିକାର ହୋଇ

ମୁଣ୍ଡ ଓ ଆଖିରେ ଗଭୀର ଆଘାତ ହୋଇ ଦୃଷ୍ଟି ଶକ୍ତି ହରାଇଜନ ଗହଳି ପୂର୍ଣ୍ଣ ରାସ୍ତାରେ ପଡି ଯନ୍ତ୍ରଣାରେ ଛଟ ପଟ ହେଉ ଥିବା ଦେଖି ସ୍ଥାନୀୟ ଲୋକେ ସାମ୍ବାଦିକ ତଥା ସାପ ଉଦ୍ଧାରକାରୀ କୁନା ମିଶ୍ରଙ୍କୁ ଜଣାଇଥିଲେ।

ସେ ଏବଂ ତାଙ୍କ ସହଯୋଗୀ ଜଗା ବେହେରା କାଳବିଳମ୍ୱ ନକରି ଘଟଣା ସ୍ଥଳରେ ପହଞ୍ଚି ସାପଟିର ଅବସ୍ଥା ଦେଖି ହତ୍ ବାକ୍ ହୋଇ ସାପଟିକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରି ପଶୁ ଚିକିତ୍ସାଳୟକୁ ଆଣିଥିଲେ।

ପଶୁ ଚିକିତ୍ସାଳୟର ଡ଼ାକ୍ତର କିରଣ ବିଷୋୟୀ ଆହତ ସାପଟିର କ୍ଷତ ସ୍ଥାନରେ ଅସ୍ତ୍ରୋପଚାର କରିବା ପରେ ସାପଟି ଦୃଷ୍ଟି ଶକ୍ତି ଫେରି ପାଇଥିଲା।

ଯାହାକି ଏକ ହୃଦୟ ବିଦାରକ ଦୃଶ୍ୟ ରହିଥିଲା । ଶ୍ରୀ ମିଶ୍ରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।



