
ବୁଗୁଡା,୨/୦୨(ଜିଲ୍ଲା ଖବର) : ଗତ ଦୁଇବର୍ଷ ଧରି ବିଶ୍ବ ମହାମାରୀର ପ୍ରାଦୁର୍ଭାବରେ ଭୟଭୀତ ହୋଇ ସନାତନ ଧର୍ମର ପ୍ରତ୍ୟେକ ଯାନିଯାତ୍ରାକୁ ରୋକିଦେଇଥିବା ବେଳେ ଚଳିତ ବର୍ଷ କରୋନା କଟକଣାକୁ ସରକାର ପକ୍ଷରୁ କୋହଳ କରିଥିବା ଯୋଗୁଁ ରାଜ୍ୟର ସମସ୍ତ ଧର୍ମାବଲମ୍ବୀମାନେ ଆଶ୍ବସ୍ତି ହୋଇଛନ୍ତି । ପବିତ୍ର ମହାଶିବରାତ୍ରି ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ପ୍ରଭାତରୁ ମଙ୍ଗଳ ଆରତୀ ସହ ସମସ୍ତ ପାରମ୍ପାରିକ ରୀତିରେ ଦେବନୀତି ସମ୍ପୂର୍ଣ୍ଣ କରିବା ପରେ ମଧ୍ୟରାତ୍ରରେ ମନ୍ଦିର ଶିଖରକୁ ମହାଦୀପ ଉଠାଯାଇଥିଲା। ରାତ୍ରି ଉଜାଗର ରହିବା ଉଦ୍ଦେଶ୍ୟରେ ଜାଗର ଦୀପ ଜଳାଇ ସେହି ଦୀପକୁ ଜଗିରହିଥିଲେ।

ଶୈବପୀଠ ମଧ୍ୟରେ ଐତିହ୍ୟ ବୁଦ୍ଧଖୋଲର ପଞ୍ଚଶମ୍ଭୁ,ମହୁଲପଲ୍ଲୀର ପ୍ରଭୁ ଶ୍ରୀ କପିଳେଶ୍ଵର,କୈଳାସ ନଗରର ପ୍ରଭୁ ଶ୍ରୀ କୁବେରଶ୍ବର,ଭାମଶ୍ୟାଳିର ପ୍ରଭୁ ଶ୍ରୀ ଲୋକନାଥେଶ୍ବର,ଗୋଲିଆର ପ୍ରଭୁ ଶ୍ରୀ ଲଙ୍ଗଳେଶ୍ଵର,ବୀର ଧନଞ୍ଜୟ ପୁର ଓ ବୁଗୁଡ଼ା ସହରର ପ୍ରଭୁ ଶ୍ରୀ ବାଲୁକେଶ୍ଵର,ବୁଗୁଡ଼ା ସହରର ପ୍ରଭୁ ଶ୍ରୀ ସୋମନାଥ,ବାଲିପଦରର ପ୍ରଭୁ ଶ୍ରୀ ନିଳକଣ୍ଠେଶ୍ବର ଏବଂ ଉଦୟ ପୁରର ଶୈବପୀଠରେ ମଧ୍ଯ ଶ୍ରଦ୍ଧାଳୁମାନେ ପ୍ରବଳମାତ୍ରାରେ ଭିଡ ଜମାଇଥିଲେ। ଏହି ଅବସରରେ କେତେକ ଶୈବପୀଠରେ ଅଷ୍ଟପ୍ରହରୀ ନାମ ସଂଙ୍କିର୍ତ୍ତନ ଅନୁଷ୍ଠିତ ହୋଇଥିଲା।
ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା


