Monday, November 16, 2026
Home ଆଞ୍ଚଳିକ ବ୍ରହ୍ମାକୁମାରୀସ୍ ପାଠଶାଳା ତରଫରୁ ୮୬ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ

ବ୍ରହ୍ମାକୁମାରୀସ୍ ପାଠଶାଳା ତରଫରୁ ୮୬ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ

74

ଧରାକୋଟ,୦୨/୦୩(ଜିଲ୍ଲା ଖବର) : ଧରାକୋଟ ବ୍ଲକ ଗୋଲା ଦାମୋଦର ପଲ୍ଲୀ ବ୍ରହ୍ମାକୁମାରୀସ୍ ପାଠଶାଳା ତରଫରୁ ୮୬ତମ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ ସରପଞ୍ଚ ଜି – କମଳ ଲୋଚନ ରେଡ୍ଡୀ ଉପସ୍ଥିତ ହୋଇ ପରମାତ୍ମାଙ୍କ ଶକ୍ତିକୁ ଅନୁଭବ କରି କହିଥିଲେ କି ଏହି ଏକ ସଂସ୍ଥା ଯିଏ ବିନା ମୂଲ୍ୟରେ ସାରା ବିଶ୍ୱରେ ମୂଲ୍ୟନିଷ୍ଠ ସମାଜ ଗଠନରେ ଆଗେଇଛି। ଏଣୁ ସମସ୍ତଙ୍କୁ ଏହି ଆହ୍ଵାନ କରିଥିଲେ କି ସମସ୍ତେ ଏହି ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ସହଜ ରାଜଯୋଗ ସହ ସତ୍ୟ ଗୀତା ଜ୍ଞାନ ଶୁଣନ୍ତୁ। ଆସିକା କଲେଜ ଛକର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁମତି ଭଉଣୀ ସହଜ ରାଜ ଯୋଗର ଅଭ୍ୟାସ କରାଇଥିଲେ, ଓ ଗୋଲା ଦାମୋଦର ପଲ୍ଲୀ ସଂଚାଳିକା ବ୍ରହ୍ମାକୁମାରୀ କୁନି ଭଉଣୀ ଫୁଲ ଚନ୍ଦନ ଦ୍ଵାରା ସ୍ଵାଗତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମାକୁମାର ସୁଦାମ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରମାତ୍ମାଙ୍କ ଶିବ ବାବାଙ୍କ ଧ୍ଵଜା ଉତ୍ତୋଳନ କରିବା ସହ ପରମାତ୍ମାଙ୍କ ସ୍ମୃତିରେ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଉନ୍ନତି ଭଉଣୀ, ବୁଲୁ ଭାଇ, ଲକ୍ଷ୍ମୀନାରାୟଣ ଭାଇ, ବିଷ୍ନୁ ଭାଇ, ଘନ ଭାଇ, ସୁରେଶ ଭାଇ, ଏ. ବୁଲୁ ଭାଇ, ପ୍ରଦୀପ ଭାଇ, ଧୋବା ଭାଇ, ଅମୂଲ୍ୟ ଭାଇ ସହ ଦାମୋଦର ପଲ୍ଲୀ ଆଖ ପାଖ ଅଞ୍ଚଳରେ ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ।