
ଧରାକୋଟ , ୨୭/୦୨/୨୨ ( ଜିଲ୍ଲା ଖବର ) : ଧରାକୋଟ ଥାନା ପୋଡାପଲ୍ଲୀ ଗ୍ରାମରେ ନିଜ ହକ ପାଇଁ ରଶ୍ମିତା ଶଶୁର ଘର ଦାଣ୍ଡ ଦୁଆରେ ଧାରଣାରେ ବସିବାର ଆଜିକୁ ୧୦ଦିନ ହେଲା ।
ଆଜି ରଶ୍ମିତା ପ୍ରଥମ ଗେଟ ଖୋଲି ଘରେ ପ୍ରବେଶ କରିଛନ୍ତି ।
ହେଲେ ଗତ ଶନିବାର ରାତିରେ ରଶ୍ମିତା ଓ ପ୍ରମିଳା ଦାଣ୍ଡରେ ଶୋଇଥିବାବେଳେ ତାଲା ପଡିଥିବା ଶଶୁର ଘର ଗେଟଟି ଖୋଲା ହୋଇପଡି ଥିବା ଦେଖି ରଶ୍ମିତା ଆଶ୍ଚର୍ଯ୍ୟ ହୋଇପଡିଥିଲେ ।
ହୁଏତ ଏହା କୌଣସି ଚକ୍ରାନ୍ତ ହୋଇଥାଏ ପାରେ ବୋଲି ଅଭିଯୋଗ ଆଣିଛନ୍ତି ରଶ୍ମିତା ।ଘଟଣା ଯେଉଁ ମୋଡ ନେଉ ତାକୁ ଆଉ ଭୃକ୍ଷେପ ନକରି ରଶ୍ମିତା ଶଶୁର ଘରେ ପସିଲେ ।
ଏବେ ଏ ଘଟଣା ଥାନା କୁ ଅବଗତ କରାଇବା ସହ କୋର୍ଟ କେସରେ ବିଳମ୍ବ ନହେବା ପାଇଁ ଓକିଲ ବଦଳାଇ ସାରିଲେଣି ।
ରଶ୍ମିତା ର ସ୍ବାମୀ ଜିତେନ୍ଦ୍ର ସ୍ତ୍ରୀ ଯେମିତି ଧାରଣା ହଟିବା ନେଇ ସମସ୍ତ ପ୍ରକାର ସଢଯନ୍ତ୍ର କରୁଛନ୍ତି ।
ଗ୍ରାମବାସୀ ରଶ୍ମିତା କୁ ସହଯୋଗ କରୁଥିବା ରୁ ଜିତେନ୍ଦ୍ର ସେମାନଙ୍କ ୁ ଧମକ ଚମକ ଦେଉଥିବାରୁ ଆଉଲୋକେ ସାହାଯ୍ୟ କରୁନାହାନ୍ତି ରଶ୍ମିତାଙ୍କୁ । ସମାଜ ସେବୀ ପ୍ରମିଳା ରଶ୍ମିତା ଙ୍କ ସୁରକ୍ଷା ନେଇ ଏବେ ଚିନ୍ତିତ ।








