
ବୁଗୁଡ଼ା , ୨୭/୦୨/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବନାଞ୍ଚଳ କରଚୁଲି ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ତାକରଡା ଗ୍ରାମ ଛକ
ନିକଟରେ ଏକ ଟାଟା ଏସି ଗାଡି ସହ କାଠ ଜବତ କରିଥିବାବେଳେ ଦୁଇ ଜଣ ବ୍ଯକ୍ତିଙ୍କୁ ମଧ୍ଯ ଗିରଫ କରିବାରେ ସକ୍ଷମ ହୋଇଛି।
ଗତ ବୁଧବାର ଦିନ ସକାଳେ ଆଠଖଣ୍ଡ ଶାଳ ଗଣ୍ଡି ବୋଝେଇ କରି ବୁଗୁଡ଼ା ଅଭିମୁଖେ ଆସୁଥିବା ଖବର ପାଇ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ତାକରଡା ଗ୍ରାମ ଛକ ନିକଟରେ ଚଢାଉ କରିଥିଲେ ।
ଉକ୍ତ ଚଢାଉ କାର୍ଯ୍ୟରେ ଭିଜିଲାନ୍ସ ଷ୍ଟାଫ ବିନାୟକ ରଞ୍ଜନ କରଙ୍କ ସମେତ ବନକର୍ମଚାରୀ ମାନେ ସାମିଲ ଥିଲେ। ଏହି ଘଟଣାରେ ବୁଗୁଡ଼ା ଥାନା ଅନ୍ତର୍ଗତ ଜଗତ ପାଟଣା ଗ୍ରାମର ନାରାୟଣ ଗୌଡ ଏବଂ ଆଦିପୁର ଗ୍ରାମର ବିଦ୍ୟାଧର ଡାକୁଆଙ୍କୁ ବନବିଭାଗ ପକ୍ଷରୁ କେସ୍ ନଂ ୨୭୪/୨୧-୨୨ରେ
ଏକ ମାମଲା ରୁଜୁ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ସକାଳେ ଗିରଫ କରି ଶୁକ୍ରବାର ଦିନ ପର୍ଯ୍ୟନ୍ତ କୋର୍ଟ ଚାଲାଣ ନକରିବା ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।







