Home ଆଞ୍ଚଳିକ ଶକ୍ତିନଗର ରେ ପ୍ରଥମ ଥର ଲାଗି ଦୁଇ ଦିନିଆ କ୍ରିକେଟ ଧମାକା ‌।

ଶକ୍ତିନଗର ରେ ପ୍ରଥମ ଥର ଲାଗି ଦୁଇ ଦିନିଆ କ୍ରିକେଟ ଧମାକା ‌।

111

ବ୍ରହ୍ମପୁର , ୨୬/୦୨/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ସ୍ଥାନୀୟ ଲୋଚାପଡା ଶକ୍ତି ନଗର ଠାରେ ରୟାଲ ଇଲେଭେନ କ୍ରିକେଟ ଟିମ ଏବଂ ଆଦିଶକ୍ତି ଭଲି ବଲ ଟିମ ଆନୁକୂଲ୍ୟରେ ଆରମ୍ଭ ହୋଇଯାଇଛି ଦୁଇ ଦିନିଆ ୧୦।

ଓଭର କ୍ରିକେଟ ଧମାକା ଏଥିରେ ମୋଟ ୮ ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନ ୪ ଟୀ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ରୂପେ ପୂର୍ବତନ କର୍ପୋରେଟର R ମୁରଲି ମୋହନ ସମ୍ମାନିତ ଅତିଥିଭାବେ ଯୁବ ନେତା ସନ୍ତୋଷ ପାତ୍ର (ସନ୍ତୁ )ଯୋଗ ଦେଇ ଖେଳ ଶୁଭାରମ କରି ଥିଲେ ।

ଅମ୍ପାୟାର ଭାବେ ସନ୍ତୋଷ ହୋତା ଏବଂ ଅନିଲ ରାଓ ଖେଳ ପରିଚାଳନା କରି ଥିଲେ । ଶେଷ ମେଚ ଏକ ହାଇଲାଇଟ ମେଚ ଦେଖିବାକୁ ମିଳିଥିଲା । ଆୟୋଜକ ଦଳ ରୋୟାଲ ଇଲେଭେନ ସହ ମିସିସି ଇଲେଭେନ ଶହ ହୋଇଥିଲା । ପ୍ରଥମେ ରୋୟାଲ ଇଲେଭେନ ୧୦ ଓଭର ଦଳ ପକ୍ଷରୁ କବର ସଂନ୍ତୋଷ ୧୬୮ ରନ କରିଥିଲେ ।

ମାତ୍ର ୧୯ ବଲରୁ ଧୂଆଁଧାର ବେଟିଙ୍ଗ କରି ୯୦ ରନ କରିଥିଲେ । ୧୩ ଟି ଛକା ୩ ଟି ଚୌକା ମାରିଥିଲେ ।

ଜବାବରେ MCC ମାତ୍ର ୬ ଓଭରରେ ସମସ୍ତ ଉଇକେଟ ହରାଇ ୪୩ ରନ କରି ପରାଜୟ ହୋଇଥିଲେ । ଅମ୍ପାୟାର ଭାବେ ଅନିଲ ରାଓ ସନ୍ତୋଷ ହୋତା ପରିଚାଳନା କରି ଥିଲେ ।

ଆୟୋଜକ ରୟାଲ ୧୧ ର ଅଧିନାୟକ ରଞ୍ଜୀତ ନାୟକ ଓ ଆଦିଶକ୍ତି ଭଲିବଲ ସଙ୍ଘ ର ଅଧିନାୟକ ଦିଲୀପ ପଣ୍ଡା ଓ ସାମ୍ବାଦିକ କୁନା ମିଶ୍ର ମେନ ଅଫ ଦା ମେଚ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।