Home ଅପରାଧ କୁମ୍ଭକର୍ଣ୍ଣ ନିଦ୍ରା ରେ ସ୍ବାସ୍ଥ୍ୟ ବିଭାଗ,ରୋଗି ହନ୍ତସନ୍ତ ।

କୁମ୍ଭକର୍ଣ୍ଣ ନିଦ୍ରା ରେ ସ୍ବାସ୍ଥ୍ୟ ବିଭାଗ,ରୋଗି ହନ୍ତସନ୍ତ ।

118

ବିଷମକଟକ , ୨୫/୦୨/୨୨ (ଜିଲ୍ଲା ଖବର) : ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିନରେ ଥିବା କୁମୁଡାବାଲି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡ଼ାକ୍ତର ବାବୁ ମାନେ ପ୍ରାୟ ସବୁବେଳେ ଅନୁପସ୍ଥିତିକୁ ଦେଖି ଅଞ୍ଚଳ ବାସି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା କହିଛନ୍ତି।

ସେଠାରେ ନିୟୋଜିତ ହେଇଥିବା ଫାର୍ମାସିଷ୍ଟ ଶ୍ରୀକାନ୍ତ ବେହେରା ଓ କିଛି ତଳୁଆ କର୍ମଚାରୀ ଙ୍କୁ ନେଇ ଚାଲିଛି ଉପସ୍ବାସ୍ଥ୍ୟ କେନ୍ଦ୍ର।ହେଲେ ଏ ନେଇ ଅନେକ ଥର ଗଣମାଧ୍ୟମ ରେ ପ୍ରକାଶିତ ହେବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇପାରିନାହିଁ ।

ଆୟୁଷ ଡାକ୍ତର ରିନା ପରିଡା ପ୍ରାୟ ଛୁଟି ରହୁଛନ୍ତି ହେଲେ ଯେବେ ଆସିବେ ତାଙ୍କ ଉପସ୍ଥାନ ଖତା ରେ ସବୁ ଦସ୍ତଖତ କରି OPD ମଧ୍ୟ ଲେଖିଛନ୍ତି ଏହାର ପ୍ରମାଣ ଅଛି।

ସରକାର ଙ୍କ ସ୍ବାସ୍ଥ୍ୟ ସେବା ଏତେ ଖରାପ ହୋଇପଡିଛି ଯେ ଲୋକେ ବାଧ୍ୟ ହୋଇ ଅଞ୍ଚଳ ରେ ବ୍ୟାପିଥିବା ବଙ୍ଗାଳି ଡାକ୍ର୍ତର ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରି ଅଧିକ ଖର୍ଚ୍ଚାନ୍ତ ର ଶିକାର ହେଉଥିବା ଗଣମାଧ୍ୟମ ଦ୍ବାରା ପ୍ରକାଶ ପାଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦେଖା ପଦକ୍ଷେପ ଗ୍ରହଣ କରାନଯିବା ଦୁଃଖ ର ବିଷୟ, ସ୍ବାଧୀନତା ର ସାତ ଦଶକ ହେଇଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ଏଭଳି ବୌମାତ୍ରୁକ ମନୋଭାବ ଗରିବ ଲୋକଙ୍କ ଛାତିରେ କୋଠାର ଘାତ ସଦ୍ରୁସ୍ୟ ହୋଇପଡ଼ିଛି।

ସରକାର କେଵେ ଧ୍ୟାନ ଦେବେ ଗରିବ ଲୋକଙ୍କ ସେବା କେବେ ମିଳିବ ସମୟ କହିବ।