
ବେଗୁନିଆପଡା , ୨୫/୦୨/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅର୍ନ୍ତଗତ କେ ବରିଡା ସାନସାହି ରେ ଘଟିଛି ଏହି ଘଟଣା ।

ଗତକାଲି ରାତ୍ର ୧୦ ଘଣ୍ଟିକା ସମୟରେ ୧୫ ୦୦୦ ଟଙ୍କା ଚୋରି କରି ନେଇଛି ବୋଲି ସନ୍ଦେହ ରେ ଟୁକୁନା ପ୍ରଧାନ ସେହି ଗ୍ରାମର କୈଳାଶ ପ୍ରଧାନ କୁ ଏକ ଛୁରା ସାହାଯ୍ୟ ରେ ପେଟକୁ ଭୁସି ଦେଇଥିଲେ ।

ଘଟଣା ସ୍ଥଳୁ ନିଜ ପରିବାର ଲୋକେ କୋଦଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ସେଇଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଶଙ୍କଟା ପୂର୍ଣ୍ଣ ହେବାରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।



