Sunday, October 11, 2026
Home ଆଞ୍ଚଳିକ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର ।

ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର ।

39

ବେଲଗୁଣ୍ଠା , ୨୪/୦୨/୨୨ (ଜିଲ୍ଲା ଖବର ) : ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଡ. ଗୁରୁମୂର୍ତ୍ତୀ ନାୟକ,ଅନୁଷ୍ଠାନର ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ସ୍ୱାଇଁ,ଇଁରାଜୀ ବିଭାଗ ମୁଖ୍ୟ ଅଶୋକ କୁମାର ପ୍ରଧାନ, ସପନ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I

ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ କେ ଶିବାନୀ ପାତ୍ର ଶୈକ୍ଷିକ ପରିମାପକ ସନ୍ଦର୍ଭ ପାଠ କରିଥିଲେ I କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଅଧ୍ୟାପକ ଡ.ପ୍ରଫୁଲ୍ଲ କୁମାର ଜେନା, ରଂଜିତ୍ କୁମାର ସାମଲ୍,ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I ଛାତ୍ରୀ ଇତିଶ୍ରୀ ଭୂୟାଁ, ଲିପ୍ସା,ବର୍ଷା ରାଣୀ ପ୍ରମୁଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I

ଛାତ୍ର କ୍ରିଷ୍ଣା, ଅଜୟ, ନିଲୁ, ପ୍ରଦୀପ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ