Friday, November 13, 2026
Home ଆଞ୍ଚଳିକ ଆସିକା ବ୍ଲକରେ ସୁରୁଖୁରୁରେ ସରିଲା ୬୨.୦୮% ମତଦାନ,ନିଜର ମାତସାବ୍ୟସ୍ତ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ।

ଆସିକା ବ୍ଲକରେ ସୁରୁଖୁରୁରେ ସରିଲା ୬୨.୦୮% ମତଦାନ,ନିଜର ମାତସାବ୍ୟସ୍ତ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ।

101

ଆସିକା , ୨୪/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ  ଶାନ୍ତିପୂର୍ଣ ଭାବେ ସମାପ୍ତ ହୋଇଛି।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ରେ ଭୋଟ ଦେବାଲାଗି ବିଭିନ୍ନ ବୁଥରେ ଭୋଟର ମାନଙ୍କ ଉତ୍ସାହ ଦେଖିବାକୁ ମିଳିଛି l

ବୃଦ୍ଧ, ମହିଳା ଓ ଯୁବ ଭୋଟର ଧାଡିରେ ରହି ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି l ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ଆଜି ସକାଳୁ ନିଜର ମାତସାବ୍ୟସ୍ତ କରିଛନ୍ତି l

ଚେରମାରିଆ ରେ ହୋଇଥିବା ୧୫ ନଂ ବୁଥରେ ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି l

ଆଜି ଆସିକା ବ୍ଲକର ୨୭ ଟି ପଞ୍ଚାୟତ ର ୪୦୨ ଟି ବୁଥରେ ଏକ ଲକ୍ଷ ୨୭ ହଜାର ୬୫୫ ଭୋଟରଙ୍କ ମଧ୍ୟରୁ ୭୮୨୫୪ ନିଜର ମତଦାନ କରିଛନ୍ତି l

ସେଥିମଧ୍ୟରୁ ୩୮୫୬୧ ପୁରୁଷ ଓ ୪୦୬୯୩ ମହିଳା ଭୋଟର ରହିଥିବା ସୂଚନା ମିଳିଛି।

ଏହି ବୁଥ୍ ମାଧ୍ୟରୁ ୩୫ ଟି ବୁଥ୍ କୁ ପ୍ରଶାସନ ପକ୍ଷରୁ  ଅତିଷମ୍ବେଦନଶିଳ ୧୪ ବୁଥ୍ କୁ ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି l

ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ବ୍ଲକ ର ବିଭିନ୍ନ ସମ୍ବେଦନଶିଳ ଓ ଅତି ଷମ୍ବେଦନଶିଳ ବୁଥ୍ ଗୁଡିକ ପରିଦର୍ଶନ କରିଛନ୍ତି l

ଆସିକାରୁ କମଳେନ୍ଦୁ ହୋତାଙ୍କ ରିପୋର୍ଟ ଜିଲ୍ଲା ଖବର ।