Home ଆଞ୍ଚଳିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାୟାକଳ୍ପ ଟିମ ।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କାୟାକଳ୍ପ ଟିମ ।

139

ଶେରଗଡ଼ , ୨୪/୦୨/୨୨ (ଜିଲ୍ଲା ଖବର ) : ଗୁରୁବାର ୩ ଜଣିଆ କେନ୍ଦ୍ରୀୟ କାୟାକଳ୍ପ ଟିମ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ବଚ୍ଛତା ତଦାରଖ କରିଛନ୍ତି।

ସ୍ବାସ୍ଥ୍ୟ କେନ୍ଦ୍ର ରେ ଡ୍ରେସିଂ ରୁମ, ମେଣ୍ଟେନାଟି,ଜରୁରୀକାଳୀନ କକ୍ଷ,ଆଶା ଗୃହ, ଔଷଧ ବିତରଣ କେନ୍ଦ୍ର, ନିରାମୟ କେନ୍ଦ୍ର ଓ ହେଲ୍ପ ଡେସ୍କ,ଓପିଡି,ଲେବର ରୁମ, ନର୍ସ ଷ୍ଟେସନ,

ଈଣ୍ଡୋର ୱର୍ଡ, ଟଏଲେଟ,ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଷ୍ଟାଫ କ୍ବାର୍ଟର, ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଚୀର,ପାନୀୟ ଜଳର ବ୍ୟବସ୍ଥା ଓ ସ୍ବଚ୍ଛତା ଏବଂ ସେବା କୁ ଯାଞ୍ଚ କରିବା ସହ ସମସ୍ତ ବିଭାଗର ଡାକ୍ତର, ଫାର୍ମାସିଷ୍ଟ, ନର୍ସ,ସଫେଇ କର୍ମଚାରୀ ଙ୍କ ସହ ସମସ୍ତ କର୍ମଚାରୀ ଙ୍କୁ ବିଭିନ୍ନ ବିଷୟ ରୋଗୀ ଓ ପରିବାର ବର୍ଗଙ୍କୁ ରୋଗୀ ସେବା ଉପରେ ପଚାରି ବୁଝିବା ସହ କାୟାକଳ୍ପ ସମ୍ବନ୍ଧିତ ସମସ୍ତ ନଥିପତ୍ର ଯାଞ୍ଚ କରିଥିଲେ।

ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡଃ ସାନୁ ଦେବୀ ଙ୍କ ଉପସ୍ଥିତି ରେ କେନ୍ଦ୍ରୀୟ କାୟାକଳ୍ପ ଟିମରେ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ନାୟକ ଙ୍କ ନେତୃତ୍ୱରେ ଶିଶୁ ଓ କିଶୋର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଚନ୍ଦ୍ରଶେନ ମିଶ୍ର ଏବଂ WHO ର SHO ପ୍ରାଞ୍ଜଲ ତିରୁମାଲା ପ୍ରମୁଖ ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଆୟୂଷ ଡାକ୍ତର ମନ୍ମଥ ବେହେରା, ଡାକ୍ତର ଅନୀତା ମିଶ୍ର, ଡାକ୍ତର ରଶ୍ମି ପ୍ରଭା ସାହୁ,ଡାକ୍ତର ଅମ୍ରିତା ସାମନ୍ତରାୟ, ଫାର୍ମାସିଷ୍ଟ ଅଶ୍ବିନୀ ତ୍ରିପାଠୀ, ବିପିଏମ ସୁନୀଲ ସାବତ,ବିଈଓ କୁଞ୍ଜ ବିହାରୀ ନାୟକ, ବିଡିଏମ ତୁଷାର କୁମାର ସାହୁ,ଷ୍ଟାଫ ନର୍ସ ସୁଚିସ୍ମିତା ସେଠି,ଶିବାନୀ ଦେବି,ସ୍ମୃତି ରେଖା ନାୟକ ଙ୍କ ସହ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଏବଂ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।


ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।