Wednesday, November 11, 2026
Home ଆଞ୍ଚଳିକ ଗଣତି କେନ୍ଦ୍ରକୁ ବୁଲି ଦେଖିଲେ ଜିଲ୍ଲାପାଳ ।

ଗଣତି କେନ୍ଦ୍ରକୁ ବୁଲି ଦେଖିଲେ ଜିଲ୍ଲାପାଳ ।

93

ଶେରଗଡ଼ , ୨୩/୦୨/୨୨ (ଜିଲ୍ଲା ଖବର ) : ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଶେରଗଡ ବ୍ଲକ ଗ୍ରସ୍ତରେ ଆସିଛନ୍ତି।

ଦୁଇ ଦିନ ପରେ ଅର୍ଥାତ ୨୬ ତାରିଖ ଦିନ ୫୬ ନମ୍ବର ଜୋନର ନିର୍ବାଚନ ଫଳାଫଳ ଘୋଷଣା ହେବା ଲାଗି ଗଣନା ହେବ।

ଏହି ଗଣନା ବ୍ଲକ ଗୋଦାମ ଗୃହରେ କରାଯିବ। ଏଥିଲାଗି ଆଜି ଜିଲ୍ଲାପାଳ ଏହି ଗଣତି କେନ୍ଦ୍ର ବୁଲି ଦେଖିବା ସହ ଗଣତି କେନ୍ଦ୍ର ର ସୁବିଧା ଦେଖି ସନ୍ତୋଷ ପ୍ରକଟ କରିଥିଲେ।

ଏହି ଗଣତି ୩ ଦିନ ଧରି ଜାରି ରହିବ। ସେଥିଲାଗି ବ୍ଲକ ପ୍ରଶାସନ ପକ୍ଷରୁ ହୋଈଥିବା ସମସ୍ତ ବନ୍ଦୋବସ୍ତ ସୂଚାରୁରୂପେ ହୋଈଥିବାରୁ ଖୁସି ବ୍ୟକ୍ତ କରିଥିଲେ।

ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଶେରଗଡ ବ୍ଲକ ନିର୍ବାଚନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଡଃ ଦୟାସିନ୍ଧୁ ପରିଡା,ସହକାରୀ ଯନ୍ତ୍ରୀ କେଦାର ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଜିଲ୍ଲା ଖବର ।