
ବିଷମକଟକ , ୨୩/୦୨/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ୍ କୁରୁଲି ପଞ୍ଚାୟତର ମୁଣ୍ଡାବାଲି ଗ୍ରାମରେ ଆଜି ଶାନ୍ତି ଶୃଙ୍ଖଳାର ସହ ହୋଇଛି ମତଦାନ।
ପ୍ରଥମ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଥ ଜବରଦଖଲ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ୧୬ ତାରିଖରେ ନିର୍ବାଚନ ହୋଇଥିଲା ଓ ୧୯ ତାରିଖରେ ଏହି ଭିଡିଓ ମୋବାଇଲରେ ଘୁରି ବୁଲିଥିଲା।

ଭିଡିଓ ଲୋକଲୋଚନକୁ ଆସିବା ପରେ ସାନି ମତଦାନ ପାଇଁ ଗୋଟିଏ ଗୋଷ୍ଠୀ ପକ୍ଷରୁ ଦାବି ହୋଇଥିଲା।

ଆଜି ସାନି ମତଦାନ କୁ ବିରୋଧ କରିଥିବା ବେଳେ ନିର୍ବାଚନ ଦାୟିତ୍ଵରେ ଥିବା ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା,ତହସିଲଦାର ଶ୍ରୀ ସୁଭେନ୍ଦୁ କୁମାର ଜେନା, ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ସେମାନଙ୍କୁ ବୁଝା ସୁଝା କରିବାପରେ ମତଦାନ ଆରମ୍ଭ ହୋଇଥିଲା।

ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ, ନିର୍ବାଚନ ଦାୟିତ୍ୱରେ ଥିବା ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା,ତହସିଲଦାର ସୁଭେନ୍ଦୁ କୁମାର ଜେନା,ଏସ୍ଡିପିଓ ଆକାଶ କୁମାର ସାହୁ, ତିନୋଟି ଥାନାର ଥାନାଧିକାରୀ ଓ ପୋଲିସ ଫୋର୍ସ ମୃତୟନ ରହି ସାନି ମତଦାନ କରିଥିଲେ।

ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜି ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡବାଲି ବୁଥ ନମ୍ବର ୮ ରେ ଶାନ୍ତି ଶୃଙ୍ଖଳା ର ସହ ୫୧୭ ଭୋଟ ର ମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୋଟର ଭୋଟ ଦେଇଥିବା

ବିଷମକଟକ ନିର୍ବାଚନ ଦାୟିତ୍ୱ ରେ ଥିବା ବିଡ଼ିଓ ଶ୍ରୀ ଲାକ୍ରା ସୂଚନା ଦେଇଛନ୍ତି।


