Wednesday, October 14, 2026
Home ଆଞ୍ଚଳିକ ଫେବୃଆରୀ ୨୨ ବିଶ୍ବ ଚିନ୍ତନ ଦିବସ ପାଳିତ l

ଫେବୃଆରୀ ୨୨ ବିଶ୍ବ ଚିନ୍ତନ ଦିବସ ପାଳିତ l

64

ଆସିକା , ୨୨/୦୨/୨୨ (ଜିଲ୍ଲା ଖବର ) : ଆଜି ହେଉଛି ବିଶ୍ବ ଚିନ୍ତନ ଦିବସ । ପ୍ରତିବର୍ଷ ଫେବୃଆରୀ ୨୨ ତାରିଖଟିକୁ ବିଶ୍ବ ଚିନ୍ତନ ଦିବସ ରୁପେ ପାଳନ କରାଯାଏ ।

ଏହି ଅବସରରେ ଆଜି ଆସିକା ଗାୟତ୍ରୀ ନଗର ସ୍ଥିତ ରାମକୃଷ୍ଣ ଆଦର୍ଶ ବିଦ୍ୟା ମନ୍ଦିରର ସ୍କାଉଟ ଓ ଗାଇଡ଼ ମାନଙ୍କ ଦ୍ୱାରା ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି l ଭାରତ ସ୍କାଉଟସ ଓ ଗାଇଡସ ର ସ୍ରଷ୍ଟା ଲର୍ଡ଼ବେଡେନ ପାଓ୍ବାଲ ଓ ଓଲାଭ ବେଡେନ ପାଓ୍ବାଲଙ୍କ ଯେକି ୱାର୍ଲଡ଼ଚି଼ଫ ଗାଇଡ଼ ଉଭୟଙ୍କ ଜନ୍ମ ଦିବସ ଟିକୁ ମନେ ପକାଇବା ପାଇଁ

ସାରା ବିଶ୍ବରେ ୧୯୨୬ ମସିହା ଠାରୁ ଫେବୃଆରୀ ୨୨ ତାରିଖ ଟିକୁ ବିଶ୍ବ ଚିନ୍ତନ ଦିବସ ରୁପେ ପାଳନ କରାଯାଏ । ଏହି ଦିବସଟି  ଗାର୍ଲସ ଗାଇଡ୍ସ ଓ ଗାର୍ଲସ ସ୍କାଉଟସ ମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଦିବସ ଅଟେ ।

ସାରା ବିଶ୍ବରେ ୧୫୦ ଟି ଦେଶର ୧୦ ମିଲିୟନ ଝିଅ ଏଥିରେ ଉପକୃତ ହେଉଛନ୍ତି । ଯାହା ବେଡେନ ପାଓ୍ବାଲ ଓ ଓଲାଭ ବେଡେନ ପାୱାଲ  ଆରମ୍ଭ କରିଥିଲେ ଏବଂ ଆମ୍ଭ ମାନଙ୍କ ଦ୍ବାରା ସମ୍ଭବ ହେବାକୁ ଯାଉଛି ।

ଏଥିରେ ରାମକୃଷ୍ଣ ସ୍କାଉଟ୍ ଗ୍ରୁପ ତରଫରୁ ଆୟୁଷମାନ ଦାସ, ଦିଲେଶ୍ବର ନାହାକ, ଆକାଶ ଆଚାରୀ,ସାହିଲ ପ୍ରଧାନ, ନିର୍ଭୟ ପାଣ୍ଡେ, ସାରଦା ଗାଇଡ୍ କମ୍ପାନି ତରଫରୁ ଅବନ୍ତିକା ଦାଶ, ପୂଜା ଗୌଡ, ଖୁସି ସାହୁ, ଝାନସି ରାଣୀ ପୋଲାଇ, ଓମ ପ୍ରଭା ବୁଡେକ୍, ସ୍ବାସ୍ତିକା ନାହାକ  ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀମତି ଅନ୍ନପୂର୍ଣା ଆଚାର୍ଯ୍ୟ, ଗାଇଡ୍ କେପଟେନ୍ କାଦମ୍ବିନୀ ହୋତା, ଲିନା କୁମାରୀ ସ୍ବାଇଁ,ଅଜୟ କୁମାର ପଟ୍ଟନାୟକ, କାର୍ତ୍ତିକ ବେହେରା, ସୁନିତା ମିଶ୍ର, ସଂଗ୍ରାମ ବେହେରା ଆଦି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହାୟତା କରିବା ସହ ଶିଶୁଙ୍କୁ ଉତ୍ସାହିତ କରିଥିଲେ ।