Home ଅପରାଧ ପରିତ୍ୟକ୍ତ ଘର ଭିତରୁ କଙ୍କାଳ ଜବତ୍ ।

ପରିତ୍ୟକ୍ତ ଘର ଭିତରୁ କଙ୍କାଳ ଜବତ୍ ।

135

ଯାଜପୁର , ୨୨/୦୨/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଛପଟେ ଥିବା ଏକ ପୁରୁଣା କୋଠରୀ ଭିତରୁ ମଣିଷ ଖପୁରି ସହ କଙ୍କାଳ ହାଡ଼ ଜବତ କରିଛି ଧର୍ମଶାଳା ପୁଲିସ । ସୂଚନା ମୁତାବକ ଜାରକା ତ୍ରିନାଥ ମନ୍ଦିର ନିକଟରେ କିଛି ପିଲା ଖେଳୁଥିବା ସମୟରେ ଏହି ଘର ଭିତରେ ଗୋଟେ ମଣିଷ ଖପୁରି ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ପରେ ଧର୍ମଶାଳା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପଡିଥିବା ଖପୁରି ଓ ଅସ୍ଥିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଏହି କୋଠରୀଟି ଦୀର୍ଘଦିନ ଧରି ବନ୍ଦ ହୋଇ ପଡିଥିଲା । ଘରେ କେହି ରହୁନଥିବା ବେଳେ ଖପୁରି ଆସିଲା କେଉଁଠୁ? ଏ ଖପୁରି କାହାର? କୋଠରିଟିକୁ ପୂର୍ବରୁ କିଏ ବ୍ୟବହାର କରୁଥିଲେ?

ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଥିବାବେଳେ ଘଟଣା ସ୍ଥଳରେ ପଡିଥିବା ଡ୍ରେସ୍ ଓ ଲମ୍ବା ଚୁଟିରୁ ସ୍ପଷ୍ଟ ଜଣାପଡୁଛି ଏହି ଅସ୍ତି ଓ ଖପୁରି ଜଣେ ମହିଳାଙ୍କର ହୋଇଥାଇପାରେ ।

କିନ୍ତୁ ଏ ସବୁର ପ୍ରଶ୍ନ ଉତ୍ତର ଏବେବି ଅସ୍ପଷ୍ଟ । ତେବେ ଦେଖିବାକୁ ବାକି ରହିଲା ଏ ଘଟଣାର ରହସ୍ଯ କେବେ ଲୋକଲୋଚନ ହେଉଛି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।